ମେଲବର୍ଣ୍ଣ: ମେଲବର୍ଣ୍ଣର୍ କ୍ରିକେଟ୍ ଗ୍ରାଉଣ୍ଡରେ ବକ୍ସିଂ ଡେ’ ଟେଷ୍ଟ୍ ବୁଧବାରଠାରୁ ଆରମ୍ଭ ହୋଇଛି। ଆଡିଲେଡ୍ ଟେଷ୍ଟ ଭାରତ ଓ ପର୍ଥ ଟେଷ୍ଟ ଅଷ୍ଟ୍ରେଲିଆ ଜିତିବା ପରେ ମେଲବର୍ଣ୍ଣ ଟେଷ୍ଟର ରୋମାଞ୍ଚ ଯଥେଷ୍ଟ ବଢ଼ିଯାଇଛି। ଟସ୍ ଜିଣି ପ୍ରଥମେ ବୃାଟିଂ କରୁଥିବା ଭାରତୀୟ ଦଳ ଅଷ୍ଟ୍ରେଲ୍ରା ବୋଲିର ଦୃମ ଜବାବ ଦେଇଛି। ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୨ ଓ୍ଵିକେଟ ହରାଇ କରିଛି ୨୧୫ ରନ୍।
ପ୍ରଥମ ଦୁଇଟି ଟେଷ୍ଟରେ ପ୍ରାରମ୍ଭିକ ଯୋଡ଼ିଙ୍କ ବିଫଳତା ଭାରତକୁ ବିକଳ୍ପ ଚିନ୍ତା କରିବାକୁ ବାଧ୍ୟ କରିଥିଲା। ଆଜି କେଳର ଓପନ କରିଥିଷଳ ହନୁମା ବିହାରୀ ଓ ଟେଷ୍ଟ କୃାରିୟର ଆରମ୍ଭ କରିଥିବା ମୟଙ୍କ ଅଗ୍ରଓ୍ଵାଲ। ଆଉ ଟିମ୍ ମ୍ୟାନେଜମେଣ୍ଟର ନିଷ୍ପତ୍ତିକୁ ଠିକ୍ ବୋଲି ପ୍ରମାଣିତ କରି ମୟଙ୍କ ଅଗ୍ରଓ୍ଵାଲ ଅଷ୍ଟ୍ରେଲିଆ ବୋଲିଂର ସଫଳ ମୁକାବିଲା କରି ପ୍ରଥମ ଟେଷ୍ଟରେ ହିଁ ଅର୍ଦ୍ଧଶତକ ହାସଲ କରିଥିଲେ। ତେବେ ୧୯ତମ ଓଭରରେ ଯେତେବେଳେ ଭାରତର ସ୍କୋର ୪୦ ରନ୍ ହୋଇଥିଲା ହନୁମା ବିହାରୀ ପ୍ୟାଟ୍ କୁମିନ୍ସଙ୍କ ବଲରେ ଫିଞ୍ଚଙ୍କୁ କ୍ୟାଚ୍ ଦେଇ ପାଭିଲିୟନ ଫେରିଥିଲେ। ପରେ ମୟଙ୍କ ଅଗ୍ରଓ୍ଵାଲଙ୍କ ସହିତ ଆସି ସାମିଲ ହୋଇଥିଲେ ନିର୍ଭରଯୋଗ୍ୟ ବ୍ୟାଟ୍ସମାନ ଚେତେଶ୍ୱର ପୂଜାରା। ପୂଜାରା ଓ ମୟଙ୍କ ଯୋଡ଼ି ଦୃଢ଼ ବ୍ୟାଟିଂ କରି ୮୩ରନ୍ର ପାର୍ଟନରସିପ୍ କରଥିଲେ। ମୟଙ୍କ ଅଗ୍ରଓ୍ଵାଲ ୭୬ରନ୍ କରି ଆଉଟ୍ ହେବା ପରେ ଚେତେଶ୍ୱର ପୂଜାରାଙ୍କ ସହିତ ଆସି ଯୋଗ ଦେଇଥିଲେ ଅଧିନାୟକ ବିରାଟ କୋହଲି। ଆଉ ଭାରତର ଏହି ଯୋଡ଼ି ଅଷ୍ଟ୍ରେଲିଆକୁ ଆଉ ଖୁସି ହେବାର ସୁଯୋଗ ଦେଇ ନ ଥିଲେ। ପୂଜାରା ୬୮ରନ୍ ଓ କୋହଲି ୪୭ ରନ୍ କରି ପ୍ରଥମ ଦିନ ଖେଳ ଶେଷବେଳକୁ ଅପରାଜିତ ରହିଛନ୍ତି।
ମେଲବର୍ଣ୍ଣ ଟେଷ୍ଟ: ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା -୨୧୫/୨
/sambad/media/post_attachments/wp-content/uploads/2018/12/Pujara-Kohli_Test_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)