ଇଂଲଣ୍ଡ ଆଗରେ ୨୨୫ ରନର ବିଜୟ ଲକ୍ଷ୍ୟ ରଖିଲା ଭାରତ

ଅହମଦାବାଦ : ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଇଂଲଣ୍ଡ ୫ମ ଟି-୨୦ରେ ଭାରତ ଇଂଲଣ୍ଡ ଆଗରେ ୨୨୫ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ।

ଆଜି ଇଂଲଣ୍ଡର ଅଧିନାୟକ ଇଅନ ମୋର୍ଗାଟ ଟସ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ଭାରତ ପକ୍ଷରୁ ଅଧିନାୟକ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଇନିଂସ ଓପନ କରିଥିଲେ । ରୋହିତ ଆଜି ନିଜର ଚିରାଚରିତ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୩୪ ବଲରେ ୬୪ ରନ କରିଥିଲେ । ତେବେ ଅନ୍ୟପଟେ ଥିବା ବିରାଟ ସତର୍କତାର ସହ ବ୍ୟାଟିଂ କରି ଇନିଂସ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିବା ସହ ସର୍ବାଧିକ ୮୦ ରନ (୫୨ ବଲ) କରିଥିଲେ । ସୂର୍ଯ୍ୟକୁମାର ଯାଦବ ୧୭ ବଲରେ ୩୨ ରନ କରିଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୧୭ ବଲରେ ୩୯ ରନ କରିଥିଲେ । ଏହାଫଳରେ ଭାରତ ୨୦ ଓଭରରେ ୨ ଓ୍ବିକେଟ ହରାଇ ୨୨୪ ରନ କରିଥିଲା ।

ଇଂଲଣ୍ଡ ପକ୍ଷରୁ ଆଦିଲ ରସିଦ ଓ ବେନ ଷ୍ଟୋକ୍ସ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର