୨ୟ ଟି-୨୦ : ଆୟର୍ଲାଣ୍ଡ ଆଗରେ ୨୨୮ ରନର ବିଜୟ ଲକ୍ଷ୍ୟ ରଖିଲା ଭାରତ

ଡବଲିନ : ଡବଲିନଠାରେ ଚାଲିଥିବା ୨ୟ ଟି୨୦ରେ ଆୟର୍ଲାଣ୍ଡ ଆଗରେ ୨୨୮ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଛି ଟିମ ଇଣ୍ଡିଆ ।

ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ ହରାଇ ୨୨୭ ରନ କରିଥିଲା । ଦଳ ପକ୍ଷରୁ ଦୀପକ ହୁଦା ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୫୭ ବଲରେ ୧୦୪ ରନ କରିଥିଲେ । ନିଜର ଏହି ଇନିଂସରେ ସେ ୬ଟି ଛକା ଓ ୯ଟି ଚୌକା ମାରିଥିଲେ । ସେହିପରି ସଂଜୁ ସାମସନ ୪୨ଟି ବଲରେ ୭୭ ରନ କରିଥିଲେ । ମାତ୍ର ହୁଦା ଆଉଟ ହେବା ପରେ ଦଳର ମଧ୍ୟକ୍ରମ ବିଫଳ ହୋଇଥିଲା ।

ଦିନେଶ କାର୍ତ୍ତିକ, ଅକ୍ଷର ପଟେଲ ଓ ହର୍ଷଲ ପଟେଲ ୦ ରନରେ ଆଉଟ ହେଇଥିବାବେଳେ ହାର୍ଦିକ ପାଣ୍ଡ୍ୟା ଓ ସୂର୍ଯ୍ୟକୁମାର ଯାଦବ ୧୫ ରନ ଲେଖାଏଁ କରିଥିଲେ ।

 

ସମ୍ବନ୍ଧିତ ଖବର