ବେଙ୍ଗାଲୁରୁ: ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଚାଲିଥିବା ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟର ୩ୟ ଦିନରେ ମ୍ୟାଚର ସ୍ଥିତି ରୋଚକ ସ୍ଥିତିରେ ପହଞ୍ଚିଯାଇଛି । ପ୍ରଥମ ଇନିଂସରେ ମାତ୍ର ୪୬ ରନରେ ଅଲଆଉଟ ହୋଇଯାଇଥିବା ଭାରତ ନିଜର ଦ୍ବିତୀୟ ଇନିଂସରେ ଲଢୁଆ ବ୍ୟାଟିଂର ପ୍ରଦର୍ଶନ କରିଛି । ଷ୍ଟମ୍ସ ଅପସାରଣ ବେଳକୁ ଭାରତ ୩ ଓ୍ବିକେଟ ହରାଇ ୨୩୧ ରନ କରିଛି । ତଥାପି ଏହି ମ୍ୟାଚରେ ନ୍ୟୁଜିଲାଣ୍ଡର ସ୍ଥିତି ସୁଦୃଢ ରହିଛି ଓ ଏବେବି ଭାରତ ୧୨୫ ରନରେ ପଛୁଆ ରହିଛି ।
ନ୍ୟୁଜିଲାଣ୍ଡ ନିଜର ପ୍ରଥମ ଇନିଂସରେ ୪୦୨ ରନ କରି ଅଲଆଉଟ ହୋଇଯାଇଥିଲା । ରାଚିନ ରବୀନ୍ଦ୍ର ଲଢୁଆ ୧୩୪ ରନ କରିଥିବାବେଳେ ଡେଭନ କନଓ୍ବେ ୯୧ ରନ କରିଥିଲେ । ସେହିପରି ଶେଷ ବେଳକୁ ଟିମ ସାଉଥି ୬୫ ରନ କରିଥିଲେ । ୩୫୬ ରନରେ ପଛୁଆ ଥିବା ଭାରତ ନିଜର ଦ୍ବିତୀୟ ଇନିଂସରେ ଲଢୁଆ ବ୍ୟାଟିଂ କରିଥିଲା । ଦୁଇ ଓପନର ଯଶସ୍ବୀ ଜୟସ୍ବାଲ ଓ ରୋହିତ ଶର୍ମା ଯଥାକ୍ରମେ ୩୫ ଓ ୫୨ ରନ କରି ଆଉଟ ହେବା ପରେ ବିରାଟ କୋହଲି ଓ ସରଫରାଜ୍ ଖାଁଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ ଦେଖିବାକୁ ମିଳିଥିଲା । ବିରାଟ ଆଜି ଦିନର ଶେଷ ବଲରେ ୭୦ ରନ କରି ଆଉଟ ହୋଇଥିବାବେଳେ ସରଫରାଜ୍ ୭୦ ରନ କରି ଅପରାଜିତ ଅଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2024/10/18/MsgTdtMNQfLzQ4v90Szd.jpg)