ଅହମଦାବାଦ ଟେଷ୍ଟ : ପ୍ରଥମ ଦିନ ଖେଳ ଶେଷସୁଦ୍ଧା ଭାରତ ୨୪/୧

ଅହମଦାବାଦ : ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଚାଲିଥିବା ୪ର୍ଥ ଟେଷ୍ଟରେ ଭାରତ ପ୍ରଥମ ଦିନ ଖେଳ ଶେଷସୁଦ୍ଧା ଗୋଟିଏ ଓ୍ବିକେଟ ହରାଇ ୨୪ ରନ ସଂଗ୍ରହ କରିଛି । ଫଳରେ ଭାରତ ଏବେ  ଇଂଲଣ୍ଡଠାରୁ ୧୮୧ ରନରେ ପଛୁଆ ରହିଛି । ରୋହିତ ଶର୍ମା ୮ ରନ ଓ ଚେତେଶ୍ବର ପୂଜାରା ୧୫ ରନ କରି ଖେଳୁଛନ୍ତି । ଭାରତର ଓପନ ଶୁଭମନ ଗିଲ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଯାଇଛନ୍ତି  ।  ସେ ଜେମ୍ସ ଆଣ୍ଡରସନଙ୍କ ଦ୍ବାରା ଏଲବିଡବ୍ଲୁ ଆଉଟ ହୋଇଛନ୍ତି ।

ଆଜି ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଇଂଲଣ୍ଡ ନିଜର ପ୍ରଥମ ଇନିଂସରେ ୨୦୫ ରନରେ ଅଲଆଉଟ ହୋଇଯାଇଥିଲା । ଇଂଲଣ୍ଡ ପକ୍ଷରୁ ବେନ ଷ୍ଟୋକ୍ସ ସର୍ବାଧିକ ୫୫ରନ ଓ ଡାନିଏଲ ଲରେନ୍ସ ୪୬ରନ କରିଥିଲେ । ତେବେ ଅନ୍ୟ ବ୍ୟାଟ୍ସମ୍ୟାନମାନେ ବିଶେଷ ଯୋଗଦାନ ଦେଇପାରିନଥିଲେ । ଭାରତ ପକ୍ଷରୁ ଅକ୍ଷର ପଟେଲ ୪ଟି, ରବିଚନ୍ଦ୍ରନ ଅଶ୍ବିନ ୩ଟି ଓ ସିରାଜ ୨ଟି ଓ୍ବିକେଟ ନେଇଥିଲେ ।

 

ସମ୍ବନ୍ଧିତ ଖବର