ଜୋହାନେସବର୍ଗ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ଶେଷ ମୁକାବିଲା ଜୋହାନେସବର୍ଗର ଓ୍ଵାଣ୍ଡରର୍ସ ଷ୍ଟାଡିୟମରେ ୩ୟ ଦିନ ଭାରତ ୨ୟ ପାଳିରେ ୨୪୭ ରନ୍ ସଂଗ୍ରହ କରିଛି। ଫଳରେ ଦକ୍ଷିଣ ଆଫ୍ରିକାକୁ ବିଜୟ ପାଇଁ ୨୪୧ ରନ୍ ଲକ୍ଷ୍ୟ ମିଳିଛି। ଜବାବରେ ଦକ୍ଷିଣ ଆଫ୍ରିକା ଗୋଟିଏ ଓ୍ଵିକେଟ ହରାଇ ୧୭ ରନ୍ ସଂଗ୍ରହ କରିଛି। ମାତ୍ର ୫ରନ୍ରେ ଆଡେନ ମାର୍କମ ୪ ରନ୍ ସଂଗ୍ରହ କରି ମହମ୍ମଦ ସାମିଙ୍କ ବଲ ଠିକ୍ ଭାବରେ ସମ୍ମୁଖୀନ ହୋଇ ନପାରି ପାର୍ଥିବ ପଟେଲଙ୍କୁ କ୍ୟାଚ ଦେଇଥିଲେ।
ମୁରଲି ବିଜୟ ଓ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ଯୋଡ଼ି ଭାରତ ପାଇଁ ୧୦୭ଟି ବଲରୁ ୪୩ ରନ୍ ସଂଗ୍ରହ କରିଛନ୍ତି। ପୂର୍ବରୁ ଭାରତ ୧୯୪ରନ୍ରେ ଦକ୍ଷିଣ ଆଫ୍ରିକାର ସମସ୍ତ ଓ୍ଵିକେଟ ନେଇଥିଲା। ପ୍ରଥମ ପାଳି ଆଧାରରେ ଭାରତ ଠାରୁ ଆଫ୍ରିକା ୭ରନ୍ ଆଗରେ ଥିଲା ୨ୟ ପାଳିରେ ଭାରତ ୪ଟି ଓ୍ଵିକେଟ ହରାଇ ଖେଳ ଜାରି ରଖିଛି। ମଧ୍ୟାହ୍ନ ଭୋଜନ ବିରତି ପୂର୍ବରୁ ମୁରଲି ବିଜୟ ଆଉଟ୍ ହୋଇ ପାଭଲିଅନ ଫେରିଛନ୍ତି। ପୂର୍ବରୁ ପାର୍ଥିବ ପଟେଲ(୧୬), ଲୋକେଶ ରାହୁଲ(୧୬) ଓ ଚେତେଶ୍ୱର ପୂଜାରା(୧) ଆଉଟ୍ ହୋଇ ପାଭଲିଅନ ଫେରି ଯାଇଥିଲେ।
ଭାରତ ଭଳି ଆୟୋଜକ ଟିମ୍ର ମାତ୍ର ୩ଜଣ ଖେଳାଳି ୨ଟି ଅଙ୍କ ବିଶିଷ୍ଟ ସ୍କୋର କରିପାରିଥିଲେ। ସବୁଠାର ଅଧିକ ୬୧ ରନ୍ ହାସିମ ଆମଲା କରିଥିଲେ। ଆମଲା ୧୨୧ଟି ବଲ ସମ୍ମୁଖୀନ ହୋଇ ୭ଟି ଚୌକା ମାରିଥିଲେ। ସେହିପରି ଭର୍ନୋନ ଫିଲେଣ୍ଡର(୩୫) ଓ କେଗିସୋ ରାବଡ଼ା ୩୦ ରନ୍ ଯୋଡ଼ିଥିଲେ। ଟିମ୍ ଇଣ୍ଡିଆ ପାଇଁ ଯଶପ୍ରିତ ବୁମରା ସବୁଠାରୁ ୫ଟି ଓ୍ଵିକେଟ ନେଇଥିବା ବେଳେ ଭୁବନେଶ୍ୱରଙ୍କ ଦ୍ୱାରା ୩ଜଣ ଦକ୍ଷିଣ ଆଫ୍ରିକାର ଖେଳାଳି ପାଭଲିଅନ୍ ଫେରିଥିଲେ। ଈଶାନ୍ତ ଶର୍ମା ଓ ମହମ୍ମଦ ସାମିଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ ମିଳିଥିଲା।
ଭାରତ ଟେଷ୍ଟ ମ୍ୟାଚ୍ର ପ୍ରଥମ ଦିନରେ ବୁଧବାର ମାତ୍ର ୧୨ଟି ବଲରେ କୌଣସି ରନ୍ ସଂଗ୍ରହ ନକରି ୩ଜଣ ଖେଳାଳିଙ୍କୁ ହରାଇ ଥିଲା। ଚେତେଶ୍ୱର ପୂଜାରା, ପାର୍ଥିବ ପଟେଲ ଓ ହାର୍ଦ୍ଦିକ ପାଣ୍ଡ୍ୟା ୧୪୪ ରନ୍ ଭିତରେ କ୍ରମାଗତ ଆଉଟ୍ ହୋଇ ପାଭଲିଅନ୍ ଫେରଥିଲେ। ପରବର୍ତ୍ତୀ ସମୟରେ ଅନ୍ୟ ଖେଳାଳିମାନେ ମଧ୍ୟ ଅଧିକ ସମୟ ଧରି ତିଷ୍ଠି ପାରି ନଥିଲେ। ଦକ୍ଷିଣ ଆଫ୍ରିକାର ଦମ୍ଦାର ବୋଲରଙ୍କୁ ସମ୍ମୁଖୀନ ହୋଇ ନପାରି ବିଟାଟଙ୍କ ସେନା ଗୋଟିଏ ପରେ ଗୋଟିଏ ପାଭଲିଅନ୍ ଫେରିଥିଲେ।
ଭାରତ ୯୭ ରନ୍ରେ ୩ୟ ଓ୍ଵିକେଟରେ ବିରାଟ କୋହଲି(୫୪), ୪ର୍ଥ ଓ୍ଵକେଟ ୧୧୩ ରନ୍ରେ ଆଜିଙ୍କ୍ୟ ରାହାଣେ(୯), ୫ମ ଓ୍ଵିକେଟ ୧୪୪ ରନ୍ରେ ଚେତେଶ୍ୱର ପୂଜାରା(୫୦), ୬ଷ୍ଠ ଓ୍ଵିକେଟ ୧୪୪ ରନ୍ରେ ପାର୍ଥିବ ପଟେଲ(୨), ୭ମ ଓ୍ଵିକେଟ ୧୪୪ ରନ୍ରେ ହାର୍ଦ୍ଦିକ ପାଣ୍ଡ୍ୟା(୦) ପାଭଲିଅନ ଫେରିଥିଲେ। ସେହିପରି ଦକ୍ଷିଣ ଆଫ୍ରିକାର ୮ମ ଶିକାର ମହମ୍ମଦ ସାମି(୮) ହୋଇଥିବା ବେଳେ ଈଶାନ୍ତ ଶର୍ମା(୦) ୯ମ ଓ୍ଵିକେଟରେ ଆଉଟ ହୋଇଥିଲେ।