କାନପୁର ଟେଷ୍ଟ : ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୨୫୮/୪

କାନପୁର : କାନପୁରର ଗ୍ରୀନପାର୍କ ଷ୍ଟାଡିୟମଠାରେ ଆଜି ଆରମ୍ଭ ହୋଇଥିବା ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟର ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୪ ଓ୍ବିକେଟ ହରାଇ ୨୫୮ ରନ କରିଛି ।

ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ତେବେ ଦଳର ଓପନ ମୟଙ୍କ ଅଗ୍ରଓ୍ବାଲ ମାତ୍ର ୧୩ ରନ କରି ଆଉଟ ହେବାପରେ ଦଳକପ ଝଟକା ଲାଗିଥିଲା । କିନ୍ତୁ ଶୁଭମନ ଗିଲ୍ ଓ ଚେତେଶ୍ବର ପୂଜାରା ସତର୍କତାର ସହ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ଶୁଭମନ ୫୨ ରନ କରିଥିବାବେଳେ ପୂଜାରା ୨୬ ରନ କରି ଆଉଟ ହୋଇଥିଲେ । ଏହା ପରେ ଆସିଥିବା ଅଜିଙ୍କ୍ୟ ରାହାଣେ ମଧ୍ୟ ମାତ୍ର ୩୫ ରନ କରି ଆଉଟ ହେବା ପରେ ଦଳ ଉପରେ ସଂକଟ ଆସିଯାଇଥିଲା । ଭାରତୀୟ ଦଳ ୧୪୫ ରନରେ ୪ଟି ଓ୍ବିକେଟ ହରାଇ ସଂଘର୍ଷ କରୁଥିବାବେଳେ ଶ୍ରେୟସ ଆୟର ଓ ରବୀନ୍ଦ୍ର ଜାଦେଜା ଲଢୁଆ ବ୍ୟାଟିଂ କରି ଦଳକୁ ବିପଦମୁକ୍ତ କରିଥିଲେ । ଆଜି ଷ୍ଟମ୍ସ ଅପସାରଣ ବେଳକୁ ଆୟର ୭୫ ଓ ଜେଦେଜା ୫୦ ରନ କରି ଅପରାଜିତ ଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ କାଇଲ ଜେମିସନ ୩ଟି ଓ୍ବିକେଟ ନେଇଥିଲେ ।

 

ସମ୍ବନ୍ଧିତ ଖବର