ଗୋଲ୍ଡକୋଷ୍ଟରେ ଭାରତରୁ ୩୨୫

ନୂଆଦିଲ୍ଲୀ: ଆସନ୍ତା ମାସ ୪ରୁ ୧୫ ତାରିଖ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟ୍‍ରେ ଆରମ୍ଭ ହେବାକୁଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ଲାଗି ଭାରତରୁ ୩୨୫ ଜଣ ପ୍ରତିନିଧି ଯୋଗଦେବେ ବୋଲି କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ସୋମବାର ସ୍ପଷ୍ଟ କରାଯାଇଛି। ଏହି ପ୍ରତିନିଧିଙ୍କ ମଧ୍ୟରେ ୨୨୫ ଖେଳାଳି, ୫୮ ପ୍ରଶିକ୍ଷକ, ୧୭ ଡାକ୍ତର ଓ ଫିଜିଓଥେରାପିଷ୍ଟ୍‍, ୭ ପ୍ରବନ୍ଧକ ଏବଂ ୨୨ ଅଧିକାରୀ ରହିଛନ୍ତି। ଦୌଡ଼କୁଦରେ ୩୧, ବନ୍ଧୁକଚାଳନାରେ ୨୭, ଭାରୋତ୍ତୋଳନରେ ୧୬, କୁସ୍ତିରେ ୧୨, ମୁଷ୍ଟିଯୁଦ୍ଧରେ ୧୨, ବ୍ୟାଡ୍‌ମିଣ୍ଟନ୍‌ରେ ୧୦, ସାଇକେଲ୍‌ ଚାଳନାରେ ୯, ଜିମ୍ନାଷ୍ଟିକ୍‌ ୭, ଟେବୁଲ୍‌ ଟେନିସ୍‌ ୧୦, ସ୍କ୍ଵାସ୍‌ ୬, ଲନ୍‌ ବଲ୍‌ରେ ୧୦, ହକିରେ ୩୬ ଏବଂ ବାସ୍କେଟ୍‌ବଲ୍‌ରେ ୨୪ ଜଣ ଖେଳାଳି ଭାଗନେବେ।

ସମ୍ବନ୍ଧିତ ଖବର