ଚେନ୍ନାଇ: ଭାରତ ଓ ବାଂଲାଦେଶ ମଧ୍ୟରେ ଚେନ୍ନାଇର ଏମଏ  ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଥିବା ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚର ପ୍ରଥମ ଦିନରେ ଭାରତ ୬ ଓ୍ବିକେଟ ହରାଇ ୩୩୯ ରନ କରିଛି । ଭାରତ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ବି ରବିଚନ୍ଦ୍ରନ ଅଶ୍ବିନ ଓ ରବୀନ୍ଦ୍ର ଜାଦେଜାଙ୍କ ଲଢୁଆ ବ୍ୟାଟିଂ ଫଳରେ ମ୍ୟାଚକୁ ନିଜ ହାତମୁଠାରେ ରଖିଛି।

Advertisment

ଗୋଟିଏ ସମୟର ଭାରତ ୧୪୪ ରନରେ ୬ଟି ଓ୍ବିକେଟ ହରାଇଥିଲା । ଏହା ପରେ ରବିନ୍ଦ୍ର ଜାଦେଜା ଓ ଅଶ୍ବିନଙ୍କ ବ୍ୟାଟିଂର କମାଲ ଦେଖିବାକୁ ମିଳିଥିଲା । ଅଶ୍ବିନ ଏକ ଚମତ୍କାର ଶତକ ହାସଲ କରି ଅପରାଜିତ ଥିବାବେଳେ ଜାଦେଜା ୮୬ ରନ କରି ଅପରାଜିତ ଅଛନ୍ତି ।

ଏହି ମ୍ୟାଚରେ ବାଂଲାଦେଶ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ତେବେ ଆରମ୍ଭରୁ ହିଁ ଭାରତ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ରୋହିତ ଶର୍ମା ଓ ବିରାଟ କୋହଲି ୬ ରନ ଲେଖାଏଁ କରି ଆଉଟ ହୋଇଥିବାବେଳେ ଶୁଭମନ ଗିଲ ଖାତା ଖୋଲିପାରିନଥିଲେ । ତେବେ ଯଶସ୍ବୀ ଜୟସ୍ବାଲ ୫୬ ରନ ଓ ଋଷଭ ପନ୍ତ ୩୯ ରନ କରିଆଉଟ ହୋଇଥିଲେ । ଗୋଟିଏ ସମୟର ଭାରତ ୧୪୪ ରନରେ ୬ଟି ଓ୍ବିକେଟ ହରାଇଥିଲା । ଏହା ପରେ ରବିନ୍ଦ୍ର ଜାଦେଜା ଓ ଅଶ୍ବିନଙ୍କ ବ୍ୟାଟିଂର କମାଲ ଦେଖିବାକୁ ମିଳିଥିଲା । ଅଶ୍ବିନ ଏକ ଚମତ୍କାର ଶତକ ହାସଲ କରି ଅପରାଜିତ ଥିବାବେଳେ ଜାଦେଜା ୮୬ ରନ କରି ଅପରାଜିତ ଅଛନ୍ତି । ଆସନ୍ତା କାଲି ଜଦେଜା ନିଜର ଶତକ ପୂରଣ କରିବାର ସମ୍ଭାବନା ରହିଛି । ଆଜିର ଷ୍ଟମ୍ପସ ଅପସାରଣ ବେଳକୁ ଭାରତ ୬ ଓ୍ବିକେଟ ହରାଇ ୩୩୯ ରନ କରିଛି ।

ବାଂଲାଦେଶ ପକ୍ଷରୁ ହାସାନ ମାହମୁଦ ୪ଟି ଓ୍ବିକେଟ ନେଇଥିବାବେଳେ ନାହିଦ ରାଣା ଓ ମହେଦି ହାସାନ ମିରାଜ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଛନ୍ତି ।