ଭାରତ ‘ଏ’ ୪-୧ରେ ଶୃଙ୍ଖଳା ଜିତିଲା

ଆଣ୍ଟିଗୁଆ: ୱେଷ୍ଟ୍‌ଇଣ୍ଡିଜ୍‌ ଗସ୍ତରେ ଥିବା ଭାରତୀୟ ‘ଏ’ ଦଳ ୫ ଟିକିଆ ଦିନିକିଆ ଶୃଙ୍ଖଳାକୁ ୪-୧ରେ ଜିତି ନେଇଛି। ରବିବାର ପଞ୍ଚମ ତଥା ଶେଷ ମ୍ୟାଚ୍‌କୁ ୮ ୱିକେଟ୍‌ ଜିତି ଏହି ସଫଳତା ପାଇଥିଲା। ୱେଷ୍ଟଇଣ୍ଡିଜ୍‌ ଗସ୍ତ ଲାଗି ଭାରତୀୟ ସୀମିତ ଓଭର ଦଳରେ ସ୍ଥାନ ପାଇଥିବା ରାହୁଲ ଚହର (୨/୫୩), ଦୀପକ ଚହର (୨/୩୯) ଏବଂ ନଭଦୀପ ସାଇନି (୨/୩୧) ଚମତ୍କାର ବୋଲିଂ କରି ଘରୋଇ ଦଳକୁ ୪୭.୪ ଓଭରରେ ୨୩୬ ରନ୍‌ରେ ଅଟକାଇ ଦେଇଥିଲେ। ଜବାବରେ ଭାରତର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଋତୁରାଜ ଗାଏକ୍ବାଡ୍‌ (୯୯), ଶୁଭମନ ଗିଲ୍‌ (୬୯) ଏବଂ ଶ୍ରେୟାସ ଆୟର (୬୧*)ଙ୍କ ଅର୍ଧଶତକୀୟ ପାଳି ବଳରେ ୩୩ ଓଭରରେ ୨ ୱିକେଟ୍‌ ହରାଇ ଭାରତ ମ୍ୟାଚ୍‌ ଜିତି ନେଇଥିଲା। ଗାଏକ୍ବାଡ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ‌ହୋଇଥିଲେ।

ସମ୍ବନ୍ଧିତ ଖବର