‘ଏ’ ଟେଷ୍ଟ୍‍ ଶୃଙ୍ଖଳା: ଭରତଙ୍କ ଶତକ; ଭାରତ ୫୦୫

ବେଙ୍ଗାଲୁରୁ: ଅଣଆନୁଷ୍ଠାନିକ ‘ଏ’ ଟେଷ୍ଟ୍‍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ହାରିଥିବା ଘରୋଇ ଭାରତୀୟ ଦଳ ଦ୍ୱିତୀୟ ମ୍ୟାଚ୍‌ରେ ବିଜୟ ସମ୍ଭାବନା ସୃଷ୍ଟି କରିଛି। ଅଷ୍ଟ୍ରେଲିଆ ପ୍ରଥମ ପାଳିକୁ ୩୪୬ ରନ୍‌ରେ ଅଟକାଇ ଦେବା ପରେ ଭାରତ ପ୍ରଥମ ପାଳିରେ ଶ୍ରୀକର ଭରତ (୧୦୬)ଙ୍କ ଚିତାକର୍ଷକ ଶତକ ସାଙ୍ଗକୁ ରବିକୁମାର ସମର୍ଥ (୮୩), ଅଭିମନ୍ୟୁ ଈଶ୍ୱରନ୍‌ (୮୬), ଶୁଭମନ୍‌ ଗିଲ୍‌ (୫୦) ଓ କୁଲ୍‌ଦୀପ୍‌ ଯାଦବ (୫୨)ଙ୍କ ଦମ୍‌ଦାର ଅର୍ଧଶତକ ବଳରେ ୫୦୫ ରନ୍‌ କରି ମଜ୍‌ବୁତ ସ୍ଥିତି ପାଇଯାଇଥିଲା। ଟ୍ରିମେନ୍‌ ଓ ଅଷ୍ଟନ ଅଗର୍‌ ଅଷ୍ଟ୍ରେଲିଆ ପକ୍ଷରୁ ସଫଳ ବୋଲର ଭାବେ ୩ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ। ତେବେ ଭାରତ ପ୍ରଥମ ପାଳିରେ ୧୫୯ ରନ୍‌ରେ ଆଗୁଆ ହୋଇଯାଇଥିଲା। ଜବାବରେ ଏହି ୪ ଦିନିଆ ମ୍ୟାଚ୍‌ର ସୋମବାର ତୃତୀୟ ଦିନ ସୁଦ୍ଧା ଅଷ୍ଟ୍ରେଲିଆ ଦ୍ୱିତୀୟ ପାଳିରେ ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ପାଟ୍ଟରସନ୍‌ (୪) ଓ ମ୍ୟାଟ୍‌ ରେନ୍‌ସ (୧୯)ଙ୍କୁ ହରାଇ ୩୮ ରନ୍‌ କରିଛି। ଟ୍ରାଭିସ୍‌ ହେଡ୍‌ (୪) ଓ ପିଟର ହାଣ୍ଡ୍‌ସ୍କମ୍ବ (୧) ବ୍ୟାଟିଂ କରୁଛନ୍ତି। ସାହବାଜ ନଦୀମ ଓ କୃଷ୍ଣପା ଗୌତମ ଏହି ଦୁଇ ଓ୍ଵିକେଟ୍‌କୁ ନେଇଛନ୍ତି। ମ୍ୟାଚ୍‌ରେ ଆଉ ଗୋଟିଏ ଦିନ ବାକି ଥିଲା ବେଳେ ୮ ଓ୍ଵିକେଟ୍‌ ହାତରେ ଥାଇ ଅଷ୍ଟ୍ରେଲିଆ ୧୨୧ ରନ୍‌ ପଛରେ ରହିଛି। ଫଳରେ ଭାରତର ବିଜୟ ଆଶା ବଢ଼ିଛି।

ସମ୍ବନ୍ଧିତ ଖବର