ଭାରତ-ଆଫଗାନିସ୍ତାନ ମ୍ୟାଚ : ଆରମ୍ଭରୁ ଟିମ ଇଣ୍ଡିଆକୁ ଝଟକା

ସାଉଥହମ୍ପଟନ : ସାଉଥହମ୍ପଟନର ରୋଜ ବାଉଲ ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଆଫଗାନିସ୍ତାନ ମ୍ୟାଚରେ ଅଭିଜ୍ଞ ଭାରତକୁ ପ୍ରଥମରୁ ହିଁ ଝଟକା ଦେଇଛି ଆଫଗାନିସ୍ତାନ ଦଳ । ସ୍କୋର ମାତ୍ର ୭ ରନ ହୋଇଥିବାବେଳେ ଭାରତ ବିସ୍ଫୋରକ ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କୁ ହରାଇଛି । ରୋହିତଙ୍କ ଓ୍ଵିକେଟ ମୁଜିବୁର ରେହମାନ ନେଇଥିଲେ । ତେବେ ରୋହିତଙ୍କ ସ୍ଥାନରେ ଆସିଥିବା ବିରାଟ କୋହଲୀ କ.ଏଲ,ରାହୁଲଙ୍କ ସହ ମିଶି ଦଳକୁ ସଂଟରୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚଳାଇଛନ୍ତି ।

ଆଫଗାନିସ୍ତାନ ଦଳ ଅପରପକ୍ଷରେ ଏପର୍ଯ୍ୟନ୍ତ ୫ଟି ମ୍ୟାଚ ଖେଳି କୌଣସିଟିରେ ବିଜୟ ପାଇପାରିନାହିଁ । ଅନ୍ୟପକ୍ଷରେ ଭରତ ଏପର୍ଯ୍ୟନ୍ତ ୪ଟି ମ୍ୟାଚ ଖେଳି ୭ ପଏଣ୍ଟ ପାଇ ଓ ପଏଣ୍ଟ ଟେବୁଲର ୪ ନମ୍ବର ସ୍ଥାନରେ ରହୁଛି ।

ସର୍ବଶେଷ ଖବର ମିଳିବା ବେଳକୁ ଭାରତ ୮ ଓଭରରେ ଗୋଟିଏ ଓ୍ଵିକେଟ ହରାଇ ୩୪ ରନ ସଂଗ୍ରହ କରିଛି । କ୍ରିଜରେ ଏବେ ଅଧିନାୟକ ବିରୋଟ କୋହଲୀ ଓ କେଏଲ ରାହୁଲ ଖେଳୁଛନ୍ତି ।

ସମ୍ବନ୍ଧିତ ଖବର