ଭାରତ ବିପକ୍ଷ ଟ୍ବେଣ୍ଟି-୨୦, କ୍ଲୁଜନର୍‌ ଦକ୍ଷିଣ ଆଫ୍ରିକା ସହକାରୀ ବ୍ୟାଟିଂ ପ୍ରଶିକ୍ଷକ

ଜୋହାନ୍‌ସବର୍ଗ: ଆସନ୍ତା ମାସରେ ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଦଳ ଭାରତ ଗସ୍ତରେ ଆସିବ। ଏହି ଗସ୍ତରେ ଭ୍ରମଣକାରୀ ଦଳ ୩ ଲେଖାଏଁ ମ୍ୟାଚ୍‌ ବିଶିଷ୍ଟ ‌ଟ୍ବେଣ୍ଟି-୨୦, ଟେଷ୍ଟ୍‌ ଓ ଦିନିକିଆ ଆନ୍ତର୍ଜାତିକ ଶୃଙ୍ଖଳା ଖେଳିବ। ସେପ୍ଟେମ୍ବର ୧୫ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଟ୍ବେଣ୍ଟି-୨୦ ଶୃଙ୍ଖଳା ପାଇଁ ଦକ୍ଷିଣ ଆଫ୍ରିକା ତା’ର ପୂର୍ବତନ ଅଲ୍‌ରାଉଣ୍ଡର ଲାନ୍ସ କ୍ଲୁଜନର୍‌ଙ୍କୁ ଶୁକ୍ରବାର ସହକାରୀ ବ୍ୟାଟିଂ ପ୍ରଶିକ୍ଷକ ଭାବେ ନିଯୁକ୍ତ କରିଛି। ତାଙ୍କ ବ୍ୟତୀତ ପୂର୍ବତନ ଦ୍ରୁତ ବୋଲର ଭିନ୍‌ସେଣ୍ଟ ବାର୍ନେସ୍‌ଙ୍କୁ ସହକାରୀ ବୋଲିଂ ପ୍ରଶିକ୍ଷକ ଭାବେ କ୍ରିକେଟ୍‌ ଦକ୍ଷିଣ ଆଫ୍ରିକା ନିଯୁକ୍ତ କରିଛି। ତେବେ ଜଷ୍ଟିନ୍‌ ଅନ୍‌ଟଙ୍ଗ୍‌ ସହକାରୀ କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ ପଦ ବଜାୟ ରଖିଛନ୍ତି। ଏହି ତିନି ଜଣଙ୍କ ନିଯୁକ୍ତି ପ୍ରତ୍ୟେକ ବିଭାଗରେ ଖେଳାଳିଙ୍କ ଦକ୍ଷତା ବୃଦ୍ଧିରେ ସହାୟକ ହେବ ବୋଲି ବୋର୍ଡର କାର୍ଯ୍ୟକାରୀ ନିର୍ଦେଶକ କୋରି ଭାନ୍‌ ଜିଲ୍‌ କହିଛନ୍ତି।

ସମ୍ବନ୍ଧିତ ଖବର