ମାଳଦୀପରେ କ୍ରିକେଟ ଷ୍ଟାଡିୟମ ନିର୍ମାଣ କରିବାକୁ ଭାରତ ହେଲା ରାଜି, ବୈଠକରେ ଦେଲା ପ୍ରତିଶ୍ରୁତି

ମାଲେ: ମାଳଦୀପରେ ଭାରତ କ୍ରିକେଟ୍‌ ଷ୍ଟାଡିୟମ୍‌ ନିର୍ମାଣ କରିବାକୁ ଭାରତ ରାଜି ହୋଇଛି। ମାଳଦୀପ ଯୁବ କାର୍ଯ୍ୟ ଏବଂ ଖେଳ କ୍ଷେତ୍ରରେ ବ୍ୟକ୍ତିଗତ ସହଯୋଗକୁ ନେଇ ହୋଇଥିବା ବୈଠକରେ ଭାରତ ଏହି ପ୍ରତିଶ୍ରୁତି ଦେଇଛି। ଭାରତ କହିଛି କ୍ରିକେଟ ଷ୍ଟାଡିୟମ ନିର୍ମାଣରେ ସାହାଯ୍ୟ ତା’ର ଅନୁରୋଧ ଉପରେ ସକରାତ୍ମକ ବିଚାର କରିବ। ଭାରତ ଏବଂ ମଳଦୀପ ମଧ୍ୟ ଦ୍ୱୀପାକ୍ଷିକ ସଂପର୍କ ନେଇ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ମାଳଦୀପର ବିଦେଶ ମନ୍ତ୍ରୀ ଅବଦୁଲା ସାହିଦ ସମେତ ଅନ୍ୟ ବରିଷ୍ଠ ନେତା ଉପସ୍ଥିତ ଥିଲେ।

ଦୁଇ ଦିନିଆ ଗସ୍ତ ଶେଷ ପରେ ଜାରି ହୋଇଥିବା ଯୁଗ୍ମ ବୟାନରେ ସ୍ୱରାଜ କହିଛନ୍ତି, ଯୁବ କାର୍ଯ୍ୟ ଏବଂ ଖେଳରେ ସହଯୋଗ ମାମଲାରେ ମାଳଦୀପ ଆଲୋଚନା ସମୟରେ ଭାରତକୁ କ୍ରିକେଟ ଷ୍ଟାଡିୟମ ନିର୍ମାଣରେ ସହଯୋଗ ପାଇଁ ଅନୁରୋଧ କରିଛି।

ମାଳଦୀପ ଜାତୀୟ କ୍ରିକେଟ ଟିମ ଅନ୍ତର୍ଜାତୀୟ କ୍ରିକେଟରେ ଦେଶର ପ୍ରତିନିଧିତ୍ୱ କରିଥାଏ। ଚଳିତ ବର୍ଷ ଜାନୁଆରିରେ ମାଳଦୀପ ପ୍ରଥମ ଟି-୨୦ ଖେଳିଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ନିଜର ସମସ୍ତ ସଦସ୍ୟଙ୍କୁ ପୂର୍ଣ୍ଣକାଳୀନ ଟି-୨୨୦ ଅନ୍ତର୍ଜାତୀୟ ମାନ୍ୟତା ଦେଇଛି।

ସମ୍ବନ୍ଧିତ ଖବର