୩ୟ ଦିନିକିଆ : ଶ୍ରୀଲଙ୍କା ଆଗରେ ୨୨୬ ରନର ବିଜୟ ଲକ୍ଷ୍ୟ ରଖିଲା ଭାରତ

କଲମ୍ବୋ : ବର୍ଷା ବାଧାପ୍ରାପ୍ତ ୩ୟ ଦିନିକିଆରେ ଭାରତ ଶ୍ରୀଲଙ୍କା ଆଗରେ ୨୨୬  ରନର ବିଜୟ ଲକ୍ଷ୍ୟ ରଖିଛି । ଜିତିବା ପାଇଁ ଶ୍ରୀଲଙ୍କା ଦଳକୁ ୪୭ ଓଭରରେ ଏହି ବିଜୟ ଲକ୍ଷ୍ୟ ହାସଲ କରିବାକୁ ପଡ଼ିବ ।

ଆଜି ଭାରତୀୟ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ପକ୍ଷରୁ ପୃଥ୍ବୀ ଶ’ ୪୯ ଓ ସଂଜୁ ସାମସନ ୪୬ ରନ କରିଥିଲେ । ସୂର୍ୟ୍ୟକୁମାର ଯାଦବ ୪୦ ରନ କରିଥିଲେ । କିନ୍ତୁ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ବିଶେଷ ଯୋଗଦାନ ଦେଇପାରିନଥିଲେ । ଫଳରେ ଭାରତ ମାତ୍ର ୨୨୫ ରନରେ ଅଲଆଉଟ ହୋଇଯାଇଥିଲା । ଶ୍ରୀଲଙ୍କା ପକ୍ଷରୁ ଧନଞ୍ଜୟ ଓ ଜୟବିକ୍ରମ ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ବର୍ଷା ହେବାରୁ ମ୍ୟାଚ କିଛି ସମୟ ପାଇଁ ସ୍ଥଗିତ ରହିଥିଲା । ପରେ ମ୍ୟାଚକୁ ୪୭ ଓଭର ବିଶିଷ୍ଟ କରାଯାଇଥିଲା ।

ଏହି ୩ଟିକିଆ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨ଟି ମ୍ୟାଚ ଜିତି ସିରିଜ ଅକ୍ତିଆର କରିସାରିଛି । ଏହି ମ୍ୟାଚରେ ଭାରତ ବିଜୟୀ ହେଲେ କ୍ଲିନ ସ୍ବିପ କରିବ । ସେପଟେ ସମ୍ମାନ ରକ୍ଷା ପାଇଁ ଶ୍ରୀଲଙ୍କା ଏହି ମ୍ୟାଚ ଖେଳୁଛି ।

ସମ୍ବନ୍ଧିତ ଖବର