ରୋମାଞ୍ଚକର ସ୍ଥିତିରେ ନଟିଂହାମ ଟେଷ୍ଟ : ଭାରତ ୨୭୮ରେ ଅଲଆଉଟ୍, ଇଂଲଣ୍ଡ ୨୫/୦

ନଟିଂହାମ : ନଟିଂହାମର ଟେଣ୍ଟବ୍ରିଜଠାରେ ଚାଲିଥିବା ପ୍ରଥମ ଟେଷ୍ଟ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଯ଼ାଇଛି । ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋର ୧୮୩ ରନ ଜବାବରେ ଭାରତ ନିଜର ପ୍ରଥମ ଇନିଂସରେ ୨୭୮ ରନ କରି ଅଲଆଉଟ ହୋଇଯ଼ାଇଛି । ଫଳରେ ଭାରତ ୯୫ ରନର ଅଗ୍ରଣୀ ହାସଲ କରିଛି । ଆଜି ବର୍ଷା ଯୋଗୁଁ ଖେଳ ବନ୍ଦ ହେବା ବେଳକୁ ଇଂଲଣ୍ଡ ନିଜର ୨ୟ ଇନିଂସରେ କୌଣସି ଓ୍ବିକେଟ ନ ହରାଇ ୨୫ ରନ କରିଛି ।

ଭାରତୀୟ ଇନିଂସରେ କେଏଲ ରାହୁଲ ସର୍ବାଧିକ ୮୪ ରନ କରିଥିବାବେଳେ ରବିନ୍ଦ୍ର ଜାଦେଜା ୫୪ ରନ କରିଥିଲେ । ସେହିପରି ରୋହିତ ଶର୍ମା ୩୬ ରନ ଓ ବୁମରା ୨୮ ରନ କରିଥିଲେ । ଇଂଲଣ୍ଡ ପକ୍ଷରୁ ଆଣ୍ଡରସନ ୪ଟି ଓ ରବିନସନ ୫ଟି ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର