ମାଞ୍ଚେଷ୍ଟର ଟେଷ୍ଟ : ଭାରତ ୩୫୮ ରନରେ ଅଲଆଉଟ୍, ବେନ ଷ୍ଟୋକ୍ସଙ୍କୁ ୫ ଓ୍ବିକେଟ୍

ମାଞ୍ଚେଷ୍ଟରଠାରେ ଖେଳାଯାଉଥିବା ଭାରତ-ଇଂଲଣ୍ଡ ୪ର୍ଥ ଟେଷ୍ଟରେ ଭାରତ ନିଜର ପ୍ରଥମ ଇନିଂସରେ ୩୫୮ ରନରେ ଅଲଆଉଟ ହୋଇଯାଇଛି । 

Gwnq9UkXIAAd-Qo

ମାଞ୍ଚେଷ୍ଟର : ମାଞ୍ଚେଷ୍ଟରଠାରେ ଖେଳାଯାଉଥିବା ଭାରତ-ଇଂଲଣ୍ଡ ୪ର୍ଥ ଟେଷ୍ଟରେ ଭାରତ ନିଜର ପ୍ରଥମ ଇନିଂସରେ ୩୫୮ ରନରେ ଅଲଆଉଟ ହୋଇଯାଇଛି । 
ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ପକ୍ଷରୁ ଯଶସ୍ବୀ ଜୟସ୍ବାଲ ଓ କେଏଲ ରାହୁଲ ଆରମ୍ଭରୁ ଲଢୁଆ ବ୍ୟାଟିଂ କରି ଦଳ ପାଇଁ ଏକ ଦୃଢ ମୂଳଦୂଆ ସ୍ଥାପନ କରିଥିଲେ । ଜୟସ୍ବାଲ ୫୮ ରନ କରିଥିବାବେଳେ ରାହୁଲ ୪୬ରନ କରିଥିଲେ । ସେହିପରି ୩ୟ ସ୍ଥାନରେ ଆସିଥିବା ସାଇ ସୁଦର୍ଶନ ୬୧ ରନ କରିଥିଲେ । ମାତ୍ର ଅଧିନାୟକ ଶୁଭମନ ଗିଲ୍ ମାତ୍ର ୧୨ ରନ କରି ଆଉଟ ହୋଇଥିଲେ । ତେବେ ଋଷଭ ପନ୍ତ ଆହତ ହେବା ସତ୍ତ୍ବେ ୫୪ ରନର ଏକ ବୀରତ୍ବପୂର୍ଣ୍ଣ ଇନିଂସ ଖେଳିଥିଲେ । ଶାର୍ଦ୍ଦୁଲ ଠାକୁର ୪୦ ରନ କରିଥିବାବେଳେ ଓ୍ବାସିଂଟନ ସୁନ୍ଦର ୨୭ ରନ କରିଥିଲେ । 
ଇଂଲଣ୍ଡ ପକ୍ଷରୁ ବେନ ଷ୍ଟୋକ୍ସ ୫ଟି ଓ ଜୋଫ୍ରା ଆର୍ଚର ୩ଟି ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe