ହେଡିଙ୍ଗଲେ : ତିନିଜଣ ବ୍ୟାଟ୍ସମ୍ୟାନଙ୍କ ଶତକ ଯୋଗୁଁ ହେଡିଙ୍ଗଲେ ଟେଷ୍ଟରେ ଗୋଟିଏ ସମୟରେ ଏକ ବିଶାଳସ୍କୋର ଆଡ଼କୁ ଗତି କରୁଥିଲା ଭାରତ। ଲାଗୁଥିଲା ଭାରତର ସ୍କୋର ୬୦୦ ଟପିଯିବ । କିନ୍ତୁ ମଧ୍ୟକ୍ରମ ଓ ନିମ୍ନକ୍ରମ ବ୍ୟାଟ୍ସମ୍ୟାନଙ୍କ ଚରମ ବିଫଳତା ଫଳରେ ଭାରତ ୪୭୧ ରନରେ ଅଲଆଉଟ ହୋଇଯାଇଛି।
ଏହି ମ୍ୟାଚରେ ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ପକ୍ଷରୁ ଯଶସ୍ବୀ ଜୟସ୍ବାଲ ଓ କେଏଲ ରାହୁଲ ବ୍ୟାଟିଂ ଓପନ କରିଥିଲେ। କେଏଲ ରାହୁଲ ୪୨ ରନ କରି ଆଉଟ ହୋଇଥିବାବେଳେ ଜୟସ୍ବାଲ ନିଜର ଲଢୁଆ ବ୍ୟାଟିଂ ଜାରି ରଖିଥିଲେ । ତେବେ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିବା ସାଇ ସୁଦର୍ଶନ ଖାତା ଖୋଲିପାରିନଥିଲେ । ତାଙ୍କ ପରେ ଆସିଥିବା ଶୁଭମନ ଗିଲ୍ ସତର୍କତାର ସହ ବ୍ୟାଟିଂ କରି ଜୟସ୍ବାଲଙ୍କ ସହ ଏକ ଭଲ ପାର୍ଟନରସିପ କରିଥିଲେ । ଜୟସ୍ବାଲ ମାତ୍ର ୧୫୬ ବଲରେ ଶତକ ପୂରଣ କରିଥିଲେ ।
ଜୟସ୍ବାଲ ୧୦୧ ରନ କରି ଆଉଟ ହେବା ପରେ ଶୁଭମନ ନିଜର ଲଢୁଆ ବ୍ୟାଟିଂ ଜାରି ରଖିଥିଲେ ଓ ନିଜର ଶତକ ପୂରଣ କରିଥିଲେ । ସେ ଋଷଭ ପନ୍ତଙ୍କ ସହ ମିଶି ଏକ ଭଲ ପାର୍ଟନରସିପ କରିଥିଲେ । ମ୍ୟାଚର ଦ୍ବିତୀୟ ଦିନରେ ଉଭୟ ବ୍ୟାଟ୍ସମ୍ୟାନ ଭାରତୀୟ ଇନିଂସକୁ ଆଗେଇ ନେବା ସହ ଦଳୀୟ ସ୍କୋରକୁ ୪୦୦ ସେପଟକୁ ନେଇଯାଇଥିଲେ। ଋଷଭ ପନ୍ତ ୧୪୬ଟି ବଲରୁ ଶତକ ଅର୍ଜନ କରିଥିଲେ । ଏହା ପରେ ଅନ୍ୟବ୍ୟାଟ୍ସମ୍ୟାନମାନେ କ୍ରିଜରେ ତିଷ୍ଠି ପାରିନଥିଲେ । ଫଳରେ ୪୩୦ ରନରେ ୪ଟି ଓ୍ବିକେଟ ହରାଇଥିବା ଭାରତ ୪୭୧ ରନରେ ଅଲଆଉଟ ହୋଇଯାଇଥିଲା ।
ଇଂଲଣ୍ଡ ପକ୍ଷରୁ ଜୋସ ଟଙ୍କ ଓ ବେନ ଷ୍ଟୋକ୍ସ ୪ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ସେହିପରି ବ୍ରାଇଡନ କାର୍ସେ ଓ ସୋଏବ ବସିର ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।