୩ୟ ଟେଷ୍ଟରେ ଭାରତର ଲଜ୍ଜାଜନକ ପ୍ରଦର୍ଶନ, ମାତ୍ର ୭୮ ରନରେ ଅଲଆଉଟ୍

ଲିଡସ୍ : ଲିଡସର ହେଡିଙ୍ଗଲେ ଷ୍ଟାଡିୟମଠାରେ ଚାଲିଥିବା ଆଜି ଭାରତ-ଇଂଲଣ୍ଡ ୩ୟ ଟେଷ୍ଟର ପ୍ରଥମ ଦିନରେ ଭାରତୀୟ ଦଳ ଅତ୍ୟନ୍ତ ଲଜ୍ଜାଜନକ ପ୍ରଦର୍ଶନ କରିଛି । ଦଳ ମାତ୍ର  ୭୮ ରନରେ ଅଲଆଉଟ ହୋଇଯାଇଛି ।

ଭାରତର ଅଧିନାୟକ ବିରାଟ କୋହଲି ଆଜି ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଦଳ ପକ୍ଷରୁ ରୋହିତ ଶର୍ମା ଓ କେଏଲ ରାହୁଲ ବ୍ୟାଟିଂ ଆରମ୍ଭ କରିଥିଲେ । କିନ୍ତୁ ରାହୁଲ ଖାତା ଖୋଲିବା ପୂର୍ବରୁ ଆଣ୍ଡରସନଙ୍କ ବଲରେ ଆଉଟ ହୋଇଯାଇଥିଲେ । ତାଙ୍କ ପଛରେ ଆସିଥିବା ଚେତେଶ୍ବର ପୂଜାରା ଓ ବିରାଟ କୋହଲି ଯଥାକ୍ରମେ ୧ ଓ ୭ ରନ କରି ଆଉଟ ହୋଇଥିଲେ । ୫ମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଅଜିଙ୍କ୍ୟ ରାହାଣେ କିଛି ସମୟ କ୍ରିଜରେ ଛିଡ଼ା ହୋଇଥିଲେ ବି ମାତ୍ର ୧୮ ରନ କରି ରବିନସନଙ୍କ ବଲରେ ଆଉଟ ହୋଇଥିଲେ । ରାହାଣେଙ୍କ ପରେ ଆସିଥିବା ଭାରତର ମଧ୍ୟକ୍ରମ ଓ ନିମ୍ନକ୍ରମ ବ୍ୟାଟ୍ସମ୍ୟାନମାନେ ମଧ୍ୟ ନିରାଶ କରିଥିଲେ । ଋଷଭ ପନ୍ତ ୨, ରବୀନ୍ଦ୍ର ଜାଦେଜା ୪, ମହମ୍ମଦ ସମୀ ୦, ଯଶପ୍ରୀତ ବୁମରା ୦, ଇଶାନ୍ତ ଶର୍ମା ୮ ଓ ମହମ୍ମଦ ସିରାଜ ୩ ରନ କରି ଆଉଟ ହୋଇଯାଇଥିଲେ ।

ଇଂଲଣ୍ଡର ଅଭିଜ୍ଞ ବୋଲର ଜେମ୍ସ ଆଣ୍ଡରସନ ଓ କ୍ରେଗ୍ ଓଭରଟନ ୩ଟି ଲେଖାଏଁ ଓ୍ବିକେଟ ନେଇଥିବାବେଳେ ଓଲି ରବିନସନ, ସାମ କୁରାନ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

 

ସମ୍ବନ୍ଧିତ ଖବର