ସାଉଥାମ୍ପଟନ୍: ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମ୍ୟାଚରେ ଭାରତ ପ୍ରଥମ ଇଂନିସରେ ନୈରାଶ୍ୟ ଜନକ ପ୍ରଦର୍ଶନ କରିଛି । ଏହି ମ୍ୟାଚରେ ଭାରତ ୨୧୭ ରନରେ ଅଲଆଉଟ ହୋଇ ଯାଇଛି । ଭାରତର କୌଣସି ବ୍ୟାଟ୍ସମ୍ୟାନ ସଫଳ ବ୍ୟାଟିଂ କରିପାରିନଥିଲେ । ସେପଟେ ନ୍ୟୁଜିଲାଣ୍ଡ ପକ୍ଷରୁ କାଇଲ ଜାମିନସନଙ୍କ ଘାତକ ବୋଲିଂ ଦେଖିବାକୁ ମିଳିଥିଲା ।
ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ ଦଳ । ଫଳରେ ବ୍ୟାଟିଂ ଆରମ୍ଭ କରିଥିଲା ଭାରତ । ଭାରତ ପକ୍ଷରୁ ଆଜିଙ୍କ୍ୟ ରାହାଣେ ୪୯, ବିରାଟ କୋହଲି ୪୪ ଓ ରୋହିତ ଶର୍ମା ୩୪ ରନ କରିଥିଲେ । ଫଳରେ ଦଳ ୯୨ ଓଭର ୨ଟି ବଲ ଖେଳି ୨୧୭ ରନରେ ଅଲ ଆଉଟ ହୋଇ ଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/68e85a9d-7cdf-41ef-a78c-a2c5e3de612c.jpg)