ଲଣ୍ଡନ : ଲଣ୍ଡନର କେନିଙ୍ଗଟନ ଓଭାଲଠାରେ ଚାଲିଥିବା ୪ର୍ଥ ଟେଷ୍ଟରେ ଭାରତ ୧୯୧ ରନରେ ଅଲଆଉଟ ହୋଇଯାଇଛି । ଭାରତ ପକ୍ଷରୁ ଅଧିନାୟକ ବିରାଟ କୋହଲି ୫୦ ରନ କରିଥିବାବେଳେ ଶାର୍ଦ୍ଦୁଲ ଠାକୁର ଦ୍ରୁତ ୫୭ ରନ କରିଥିଲେ ।
ଆଜି ଇଂଲଣ୍ଡ ଟସ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ତେବେ ଗତ ମ୍ୟାଚ ପରି ଏଥର ବି ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ବିରାଟ କୋହଲିଙ୍କ ଛଡ଼ା ଅନ୍ୟ କୌଣସି ଆଗଧାଡ଼ିର ଭାରତୀୟ ବ୍ୟାଟ୍ସମ୍ୟାନ କ୍ରିଜରେ ଅଧିକ ସମୟ ତିଷ୍ଠି ପାରିନଥିଲେ । ତେବେ ନୈରାଶ୍ୟଜନକ ଭାରତୀୟ ବ୍ୟାଟିଂ ମଧ୍ୟରେ କିଛିଟା ଚମକ ଖେଳାଇଦେଇଥିଲେ ଅଲରାଉଣ୍ଡର ଶାର୍ଦ୍ଦୁଲ ଠାକୁର । ସେ ମାତ୍ର ୩୬ ବଲରେ ୫୭ ରନ କରି ସ୍କୋରକୁ କିଛିଟା ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ । ସେ ଆଉଟ ହେବାର ଅଳ୍ପ କିଛି ସମୟ ପରେ ଭାରତ ୧୯୧ ରନରେ ଅଲଆଉଟ ହୋଇଯାଇଥିଲା । ଇଂଲଣ୍ଡ ପକ୍ଷରୁ କ୍ରିସ ଓକ୍ସ ୪ଟି ଓ ଓଲି ରବିନସନ ୩ଟି ଓ୍ବିକେଟ ନେଇଥିଲେ ।