ଜୋହାନେସବର୍ଗ ଟେଷ୍ଟ : ଭାରତ ୨ୟ ଇନିଂସରେ ୨୬୬ରେ ଅଲଆଉଟ୍, ଦକ୍ଷିଣ ଆଫ୍ରିକା ଆଗରେ ୨୪୦ ରନର ବିଜୟ ଲକ୍ଷ୍ୟ

ଜୋହାନେସବର୍ଗ : ଜୋହାନ୍ସବର୍ଗର ଓ୍ବାଣ୍ଡରର୍ସ ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଦକ୍ଷିଣ ଆଫ୍ରିକା ୨ୟ ଟେଷ୍ଟରେ ଭାରତୀୟ ଦଳ ନିଜର ୨ୟ ଇନିଂସରେ ୨୬୬ ରନରେ ଅଲଆଉଟ ହୋଇଯାଇଛି । ଫଳରେ ଦକ୍ଷିଣ ଆଫ୍ରିକା ଆଗରେ ୨୪୦ ରନର ବିଜୟ ଲକ୍ଷ୍ୟ ରହିଛି ।

ଭାରତ ପକ୍ଷରୁ ଅଜିଙ୍କ୍ୟ ରାହାଣେ ୫୮ ରନ, ଚେତେଶ୍ବର ପୂଜାରା ୫୩ରନ କରିଥିଲେ । ସେହିପରି ହନୁମା ବିହାରି ଅପରାଜିତ ୪୦ ରନ ଓ ଶାର୍ଦ୍ଦୁଲ ଠାକୁର ୨୮ ରନ କରିଥିଲେ । ରାହାଣେ ଓ ପୂଜାରାଙ୍କ ଶତକୀୟ ଭାଗିଦାରୀ ପରେ ଭାରତୀୟ ମଧ୍ୟକ୍ରମ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ବି ହନୁମା ବିହାରି ଗୋଟିଏ ପଟେ ଦକ୍ଷିଣ ଆଫ୍ରିକା ବୋଲିଂର ସଫଳ ମୁକାବିଲା କରିଚାଲିଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ରବାଡା,ଗିଡି ଓ ଜାନସେନ ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ଗତକାଲି ଦକ୍ଷିଣ ଆଫ୍ରିକା ୨୨୯ରନରେ ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ କିଗାନ ପିଟରସନ ସର୍ବାଧିକ ୬୨ ରନ କରି ଆଉଟ ହୋଇଥିବାବେଳେ ବାଭୁମା ୫୧ ରନ କରିଥିଲେ । ଭାରତର ଶାର୍ଦ୍ଦୁଲ ଠାକୁରଙ୍କ ଘାତକ ବୋଲିଂ କରି ମାତ୍ର ୬୧ ରନ ଦେଇ ଦକ୍ଷିଣ ଆଫ୍ରିକାର ୭ଟି ଓ୍ବିକେଟ ନେଇଥିଲେ । ଭାରତ ନିଜର ପ୍ରଥମ ଇଂନିସରେ ମାତ୍ର ୨୦୨ ରନରେ ଅଲଆଉଟ୍ ହୋଇଯାଇଥିଲା ।

 

ସମ୍ବନ୍ଧିତ ଖବର