ନାଗପୁର: ହାଇଦ୍ରାବାଦ୍ରେ ଅଷ୍ଟ୍ରେଲିଆକୁ ୬ ଓ୍ଵିକେଟ୍ରେ ହରାଇବା ପରେ ଟିମ୍ ଇଣ୍ଡିଆର ମନୋବଳ ଆହୁରି ବଢ଼ି ଯାଇଛି। ନାଗପୁରସ୍ଥିତ ବିଦର୍ଭ କ୍ରିକେଟ ଷ୍ଟାଡିୟମ୍ରେ ମଙ୍ଗଳବାର ୫ ଦିନିକିଆ ଶୃଙ୍ଖଳାର ୨ୟ ମୁକାବିଲା ହେବ। ଏହି ଷ୍ଟାଡିୟମରେ କଙ୍ଗାରୁ ଦଳ ଭାରତ ବିପକ୍ଷରେ କେବେ ହେଲେ ଜିତି ନାହିଁ। ଉଭୟ ଟିମ୍ ମଧ୍ୟରେ ନାଗପୁରରେ ୩ଟି ମ୍ୟାଚ୍ ଖେଳାଯାଇଛି। ଦ୍ୱିତୀୟ ଦିନିକିଆ ପୂର୍ବରୁ ଟିମ୍ ଇଣ୍ଡିଆ ଆଜି ଅଭ୍ୟାସ କରିଛି।
How good does @ImRo45 look at the nets on the eve of the 2nd ODI in Nagpur #TeamIndia#INDvAUS@paytmpic.twitter.com/Hgn6H8gfPR
— BCCI (@BCCI) March 4, 2019
ପୁଣି ଧମାଲ କରିବେ ଧୋନି
ଭାରତ ନାଗପୁରରେ ୨୦୦୯ ଅକ୍ଟୋବର ୨୮ରେ ଅଷ୍ଟ୍ରେଲିଆ ବିରୋଧରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିଥିଲା। ତତ୍କାଳୀନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ୧୦୭ ବଲରେ ୧୨୪ ରନ (୯ ଚୌକା ଓ ୩ ଛକା) ବଳରେ ଭାରତ ୯୯ ରନ୍ ବ୍ୟବଧାନରେ ବିଜୟୀ ହୋଇଥିଲା। ରିକି ପଣ୍ଟିଂଙ୍କ ନେତୃତ୍ୱରେ କଙ୍ଗାରୁ ଦଳ ୩୫୫ ରନ୍ ବିଜୟ ଲକ୍ଷ୍ୟ ନେଇ ୪୮.୩ ଓଭରରେ ସମସ୍ତ ଓ୍ଵିକେଟ ହରାଇ ଥିଲା। ଅଷ୍ଟ୍ରେଲିଆ ୨୫୫ ରନ୍ କରିଥିଲା। ଦଳ ପକ୍ଷରୁ ମାଇକେଲ ହସି ସର୍ବାଧିକ ୫୩ ରନ୍ କରିଥିଲେ। ଚଳିତ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଧୋନି ବିସ୍ଫୋରକ ବ୍ୟାଟିଂ (୫୯ ରନ୍, ୭୨ ବଲ, ୬ ଚୌକା, ୧ ଛକା) କରି ଟିମ୍ ଇଣ୍ଡିଆକୁ ବିଜୟୀ କରିଥିଲେ। ଫଳରେ ଧୋନିଙ୍କ ଠାରୁ ଦର୍ଶକ ପୁଣି ଏକ ଭଲ ସ୍କୋର ଆଶା ରଖିଛନ୍ତି।
ଏଠାରେ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଦ୍ୱିତୀୟ ଦିନିକିଆ ୨୦୧୩ ଅକ୍ଟୋବରରେ ଖେଳାଯାଇଥିଲା। ତତ୍କାଳୀନ ଅଧିନାୟକ ଜର୍ଜ ବେଲିଙ୍କ ୧୫୬ ରନ୍ ଏବଂ ସେନ ଓ୍ଵାଟସନ୍ଙ୍କ ୧୦୨ ରନ୍ ବଳରେ ଅତିଥି ଟିମ୍ ୬ ଓ୍ଵିକେଟ୍ରେ ୩୫୦ ରନ୍ କରିଥିଲେ ବି ଆୟୋଜକ ଦଳ ଏହାକୁ ୬ ଓ୍ଵିକେଟ୍ରେ ଜିତିଥିଲା। ଶିଖର ଧାଓ୍ଵନ ୧୦୦ ରନ୍ ଓ ବିରାଟ କୋହଲି ୧୧୫ ରନ୍ କରିଥିଲେ। ବର୍ଷ ୨୦୧୭ ଅକ୍ଟୋବର ୧ରେ ଉଭୟ ଦେଶ ମଧ୍ୟରେ ଦିନିକିଆ ଖେଳାଯାଇଥିଲା, ଯାହାକୁ ଭାରତ ୭ ଓ୍ଵିକେଟରେ ଜିତିଥିଲା। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୯ ଓ୍ଵିକେଟ ହରାଇ ୨୪୨ ରନ୍ କରିଥିଲା। ବିଶ୍ୱକପ୍ ୨୦୧୧ ଫେବ୍ରୁଆରି ୨୫ରେ ନ୍ୟୁଜିଲାଣ୍ଡକୁ ଅଷ୍ଟ୍ରେଲିଆ ୭ ଓ୍ଵିକେଟ୍ରେ ହରାଇଥିଲା।