କଟକ: ଐତିହାସିକ ବାରବାଟୀ କ୍ରିକେଟ୍ ଷ୍ଟାଡିୟମ୍ରେ ଆସନ୍ତା ଜୁନ୍ ମାସ ୧୨ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍ ଖେଳାଯିବ। ପୂର୍ଣ୍ଣ ଦର୍ଶକୀୟ କ୍ଷମତାରେ ଏହି ମ୍ୟାଚ ଖେଳାଯିବ। ଶତ ପ୍ରତିଶତ ଦର୍ଶକଙ୍କ କ୍ଷମତାକୁ ନେଇ ବାରବାଟୀରେ ମ୍ୟାଚ୍ ହେବ। ଏଥି ପାଇଁ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଅନୁମତି ଦେଇଛନ୍ତି। ତେବେ ପୂର୍ଣ୍ଣ ଦର୍ଶକଙ୍କ ଉପସ୍ଥିତିରେ ଭାରତ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ୍ ନେଇ ଓଡ଼ିଶା କ୍ରିକେଟ୍ ଆସୋସିଏଶନ ପକ୍ଷରୁ ସୂଚନା ଦିଆଯାଇଛି।
/sambad/media/post_attachments/wp-content/uploads/2022/05/7c9861b8-a5c8-4c45-9748-49ccd6d91371.jpg)
ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକା ଭାରତ ଗସ୍ତରେ ୫ଟି ଟି-୨୦ ମ୍ୟାଚ୍ ଖେଳିବ। ଟିମ୍ ଇଣ୍ଡିଆ ବିପକ୍ଷରେ ଖେଳାଯିବାକୁ ଥିବା ଶୃଙ୍ଖଳାର ପ୍ରଥମ ମୁକାବିଲା ଜୁନ୍ ୯ ତାରିଖ ଠାରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍ରେ ଖେଳାଯିବ। ୨ୟ ମ୍ୟାଚ୍ ବାରବାଟୀ, ୩ୟ ମ୍ୟାଚ୍ ବିଶାଖାପାଟଣା (ଜୁନ୍ ୧୪), ୪ର୍ଥ ମ୍ୟାଚ୍ ରାଜକୋଟ (ଜୁନ୍ ୧୭) ଓ ୫ମ ତଥା ଅନ୍ତିମ ମୁକାବିଲା ବାଙ୍ଗାଲୁରୁ (ଜୁନ୍ ୧୯)ରେ ହେବ। ଏହି ଶୃଙ୍ଖଳାର ପ୍ରତ୍ୟେକ ମ୍ୟାଚ୍ ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ।
ତେବେ ଦୀର୍ଘ ଦିନର ବ୍ୟବଧାନ ପରେ ବାରବାଟୀ ଷ୍ଟାଡିୟମରେ କ୍ରିକେଟ୍ ମ୍ୟାଚ୍ର ଆୟୋଜନ ହେଉଥିବାର ଓଡ଼ିଶାର କ୍ରିକେଟ୍ପ୍ରେମୀଙ୍କ ମନରେ ଉତ୍ସାହ ଦେଖାଯାଇଛି। କୋଭିଡ କଟକଣା ମଧ୍ୟରେ ମ୍ୟାଚ୍ ଖେଳାଯାଇପାରେ ବୋଲି ପୂର୍ବରୁ ଯେଉଁ ଦ୍ବନ୍ଦ୍ବ ଉପୁଜିଥିଲା, ବିସିସିଆଇର ନୂଆ ଘୋଷଣା ପରେ ତାହା ଦୂର ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/9dd314f0-a209-4423-937b-9c01ca591fed.jpg)