ପ୍ରଥମ ଟି-୨୦: ଟସ୍ ଜିଣି ଶ୍ରୀଲଙ୍କାର ବୋଲିଂ ନିଷ୍ପତ୍ତି, ଭାରତର ବ୍ୟାଟିଂ ଜାରି

କଲମ୍ବୋ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆଜିଠାରୁ ଟି-୨୦ ଶୃଙ୍ଖଳା ଆରମ୍ଭ ହୋଇଯାଇଛି । କଲମ୍ବୋସ୍ଥିତ ଆର୍ ପ୍ରେମ୍‌ଦାସା ଷ୍ଟାଡିୟମରେ ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମୁକାବିଲା ହୋଇଛି । ଶିଖର ଧୱନଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ପଡ଼ିଆକୁ ଓହ୍ଲାଇଛି । ଟସ୍ ଜିଣି ଶ୍ରୀଳଙ୍କା ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ଅତିଥି ଦଳ ବ୍ୟାଟିଂ ଆରମ୍ଭ କରିଛି । ଟିମ୍ ଇଣ୍ଡିଆ ପାଇଁ ଶିଖର ଧାୱନ ଓ ପୃଥ୍ୱୀ ସ’ ଇନିଂସ ଆରମ୍ଭ କରିଛନ୍ତି । ଏହି ମ୍ୟାଚ୍‌ରେ ଭାରତ ପକ୍ଷରୁ ପୃଥ୍ୱୀ ସ’ ଓ ବରୁଣ ଚକ୍ରବର୍ତ୍ତୀ ପଦାର୍ପଣ କରିଛନ୍ତି ।

ପ୍ରଥମ ଟି-୨୦ ପାଇଁ ଉଭୟ ଦଳ ରଣନୀତି ପ୍ରସ୍ତୁତି କରିଛି । ନିକଟରେ ଶେଷ ହୋଇଥିବା ଦିନିକିଆ ଶୃଙ୍ଖଳାରେ ଭାରତ ୨-୧ରେ ଜିତିଥିବାରୁ ମନୋବଳକୁ ଦୃଢ଼ କରିଛି । ଅପରପକ୍ଷେ ବର୍ଷାବାଧିତ ଶୃଙ୍ଖଳାର ଶେଷ ଦିନିକିଆରେ ଶ୍ରୀଲଙ୍କା ଜିତିଥିବାରୁ ନିଜକୁ ଆହୁରି ମଜବୁତ କରିପାରିଛି ।

ଭାରତୀୟ ଦଳ: ଶିଖର ଧାୱନ (ଅଧିନାୟକ), ପୃଥ୍ବୀ ସ’, ଇଶାନ କିଶାନ (ୱିକେଟ୍‌ରକ୍ଷକ), ବରୁଣ ଚକ୍ରବର୍ତ୍ତୀ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, କୃନାଲ ପାଣ୍ଡ୍ୟା, ଭୁବନେଶ୍ବର କୁମାର, ଦୀପକ ଚହର, ସଂଜୁ ସାମସନ୍‌ ଓ ୟୁଝ୍‌ବେନ୍ଦ୍ର ଚହଲ।

ଶ୍ରୀଲଙ୍କା ଦଳ: ଅଭିଷ୍କା ଫର୍ଣ୍ଣାଣ୍ଡୋ, ମିନୋଦ ଭାନୁକା, ଭାନୁ‌କା ରାଜ‌ପାକ୍ସ, ଧନଞ୍ଜୟ ଡି’ସିଲ୍‌ଭା, ଚରିଥ ଅସାଲଙ୍କା, ଦାସୁନ ସନକା, ୱାନିନ୍ଦୁ ହସରଙ୍ଗା, ଚାମିକା କରୁଣାରତ୍ନେ, ଈସୁରୁ ଉଦାନା, ଅକିଲ ଧନଞ୍ଜୟ ଓ ଦୁଷ୍ମନ୍ତ ଚାମିରା।

ସମ୍ବନ୍ଧିତ ଖବର