ଦୁବାଇ: ସୋମବାର ପ୍ରକାଶିତ ଆଇସିସି ବାର୍ଷିକ ଟି-୨୦ ମାନ୍ୟତାରେ ଭାରତ ଦ୍ବିତୀୟରେ ରହିଥିଲା ବେଳେ ଦିନିକିଆରେ ଗୋଟିଏ ସ୍ଥାନ ଖସି ତୃତୀୟରେ ରହିଛି। ଟି-୨୦ରେ ଭାରତ (୨୭୨) ଆଗରେ ଇଂଲଣ୍ଡ (୨୭୭) ଅଛି। ନ୍ୟୁଜିଲାଣ୍ଡ ଦୁଇଟି ସ୍ଥାନ ଉପରକୁ ଉଠି ପଞ୍ଚମରୁ ତୃତୀୟରେ ପହଞ୍ଚିଛି। ଏମାନଙ୍କ ପଛକୁ ପାକିସ୍ତାନ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଆଫ୍ଗାନିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ ଓ ୱେଷ୍ଟଇଣ୍ଡିଜ୍ ଯଥାକ୍ରମେ ଚତୁର୍ଥରୁ ଦଶମ ସ୍ଥାନରେ ରହିଛନ୍ତି। ଦିନିକିଆ ମାନ୍ୟତାରେ ଇଂଲଣ୍ଡକୁ ହଟାଇ ନ୍ୟୁଜିଲାଣ୍ଡ ଶୀର୍ଷ ସ୍ଥାନ ଦଖଲ କରିଛି। ନ୍ୟୁଜିଲାଣ୍ଡ ୧୨୧ ପଏଣ୍ଟ ସହ ଏହି ସ୍ଥାନରେ ଥିଲା ବେଳେ ଅଷ୍ଟ୍ରେଲିଆ (୧୧୮) ଦ୍ବିତୀୟ ଏବଂ ଭାରତ ଗୋଟିଏ ସ୍ଥାନ ଖସି ତୃତୀୟ ରହିଛି। ଇଂଲଣ୍ଡ ସମାନ ୧୧୫ ପଏଣ୍ଟ୍ ପାଇଥିଲେ ମଧ୍ୟ ଭାରତ କିଛି ଡିସିମିଲ ପଏଣ୍ଟ୍ ପାଇଁ ଏହି ସ୍ଥାନରେ ରହିଛି। ଇଂଲଣ୍ଡ ଚତୁର୍ଥରେ ଏବଂ ଦକ୍ଷିଣ ଆଫ୍ରିକା (୧୦୭), ଶ୍ରୀଲଙ୍କା (୯୭),ବାଂଲାଦେଶ (୯୦), ୱେଷ୍ଟଇଣ୍ଡିଜ୍ (୮୨), ଶ୍ରୀଲଙ୍କା (୭୯) ଓ ଆଫଗାନିସ୍ତାନ (୬୨) ଯଥାକ୍ରମେ ପଞ୍ଚମରୁ ଦଶମ ସ୍ଥାନରେ ରହିଛନ୍ତି। ସୋମବାର ଆଇସିସି ଟି-୨୦ ଓ ଦିନିକିଆ ବାର୍ଷିକ ମାନ୍ୟତା ଘୋଷଣା କରିଛି। ସଂପ୍ରତି ଚାଲିଥିବା ପାକିସ୍ତାନ-ଜିମ୍ବାୱେ ଟେଷ୍ଟ୍ ଶୃଙ୍ଖଳା ପରେ ଟେଷ୍ଟ୍ ମାନ୍ୟତା ଘୋଷଣା କରାଯିବ ବୋଲି ଆଇସିସି ପକ୍ଷରୁ କୁହାଯାଇଛି।
ଭାରତ ଟ୍ବେଣ୍ଟି-୨୦ରେ ୨, ଦିନିକିଆରେ ୩
/sambad/media/post_attachments/wp-content/uploads/2020/12/Eoi2s7AUYAI_BDl.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)