ଅହମଦାବାଦ ଟେଷ୍ଟ : ୯୯ ରନରେ ୩ ଓ୍ବିକେଟ ହରାଇଲା ଭାରତ

ଅହମଦାବାଦ : ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଆଜି ଆରମ୍ଭ ହୋଇଥିବା ଭାରତ-ଇଂଲଣ୍ଡ ୩ୟ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷସୁଦ୍ଧା ଭାରତ ୩ ଓ୍ବିକେଟ ହରାଇ ୯୯ ରନ କରିଛି । ଫଳରେ ଭାରତ ଏବେ ଇଂଲଣ୍ଡଠାରୁ ୧୩ ରନ ପଛରେ ରହିଛି ।

ରୋହିତ ଶର୍ମା ୫୫ ରନ ଓ ଅଜିଙ୍କ୍ୟ ରାହାଣେ ୧ ରନ କରି ଅପରାଜିତ ଅଛନ୍ତି । ଶୁଭମନ ଗିଲ ୧୧ ରନ, ଚେତେଶ୍ବର ପୂଜାରା ୦ ଓ ବିରାଟ କୋହଲି ୨୭ ରନ କରି ଆଉଟ ହୋଇଛନ୍ତି ।

ଏହା ପୂର୍ବରୁ ଟସଜିତି ପ୍ରଥମେ ବ୍ୟାଟିଂ କରିଥିବା ଭ୍ରମଣକାରୀ ଇଂଲଣ୍ଡ ଦଳ ନିଜର ପ୍ରଥମ ଇନିଂସରେ ମାତ୍ର ୧୧୨ ରନରେ ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ଜାକ କ୍ରାଉଲି ୫୩ରନ କରିଥିଲେ । ମାତ୍ର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ କ୍ରିଜରେ ଅଧିକ ସମୟ ତିଷ୍ଠି ପାରିନଥିଲେ । ଭାରତ ପକ୍ଷରୁ ଅକ୍ଷର ପଟେଲ ୬ ଟି ଓ୍ବିକେଟ ଓ ଆର. ଅଶ୍ବିନ ୩ଟି ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର