ବୁମ୍‌ରା ଟି-୨୦ରେ ସର୍ବାଧିକ ୱିକେଟ୍‌ ହାସଲକାରୀ ଭାରତୀୟ

ଦୁବାଇ : ଦ୍ରୁତ ବୋଲର ଯଶ୍‌ପ୍ରୀତ ବୁମ୍‌ରା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସର୍ବାଧିକ ୱିକେଟ୍‌ ହାସଲକାରୀ ଭାରତୀୟ ହୋଇଛନ୍ତି। ଶୁକ୍ରବାର ସ୍କଟ୍‌ଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ସେ ଏହି କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ଏହି ମ୍ୟାଚ୍‌ର ୧୮ତମ ଓଭରରେ ମାର୍କ ୱାଟ୍‌ଙ୍କ ୱିକେଟ୍‌ ନେଇ ‌ସେ ୟୁଝବେନ୍ଦ୍ର ଚହଲ (୬୩ ୱିକେଟ୍)ଙ୍କୁ ଟପିଥିଲେ। ବୁମ୍‌ରା ୬୪ ୱିକେଟ୍‌ ସହ ଶୀର୍ଷରେ ଥିଲା ବେଳେ ରବିଚନ୍ଦ୍ରନ ଅଶ୍ବିନ (୫୫) ତୃତୀୟରେ ରହିଛନ୍ତି। ବୁମ୍‌ରାଙ୍କ ନାମରେ ମଧ୍ୟ ପୁରୁଷ ଟି-୨୦ ଅନ୍ତର୍ଜାତୀୟରେ ସର୍ବାଧିକ ମେଡେନ୍‌ ଓଭର ପକାଇବାର କୀର୍ତ୍ତିମାନ ରହିଛି। ଏହି ଭାରତୀୟ ଦ୍ରୁତ ବୋଲର ମୋଟ ୮ ମେଡେନ୍‌ ଓଭର ପକାଇଥିଲା ବେଳେ ତାଙ୍କ ପଛକୁ ଶ୍ରୀଲଙ୍କାର ନୁୱାନ କୁଲସେକରା (୬) ରହିଛନ୍ତି। ଶୁକ୍ରବାର ବୁମ୍‌ରା ଗୋଟିଏ ମେଡେନ୍‌ ଓଭର ପକାଇଥିଲେ।

ସମ୍ବନ୍ଧିତ ଖବର