ସାଣ୍ଟିଆଗୋ (ଚିଲି) : ଭାରତୀୟ କନିଷ୍ଠ ମହିଳା ହକି ଦଳ ଚିଲି ଗସ୍ତରେ ଅପରାଜେୟ ରହିଛି। ଏଠାକାର କନିଷ୍ଠ ଦଳ ବିପକ୍ଷ ପ୍ରଥମ ଦୁଇ ମ୍ୟାଚ୍ ଏବଂ ବରିଷ୍ଠ ଦଳ ବିପକ୍ଷ ପ୍ରଥମ ମ୍ୟାଚ୍ ଜିତିବା ପରେ ଭାରତ ଦ୍ବିତୀୟ ମ୍ୟାଚ୍ ଅମୀମାଂସିତ ରଖିବାରୁ ବିଜୟ ଧାରା ଅଟକିଥିଲା। ହେଲେ ରବିବାର ଖେଳାଯାଇଥିବା ବରିଷ୍ଠ ଦଳ ବିପକ୍ଷ ତୃତୀୟ ମ୍ୟାଚ୍କୁ ୨-୦ ଗୋଲ୍ରେ ଜିତି ଭାରତ ବିଜୟ ଧାରାକୁ ଫେରିବା ସହ ଅପରାଜେୟ ରହିଛି। ରବିବାର ପ୍ରିନ୍ସ ଅଫ୍ ୱେଲ୍ସ କାଉଣ୍ଟି କ୍ଲବ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ର ପ୍ରଥମ ୩ କ୍ବାର୍ଟର ଗୋଲ୍ ଶୂନ୍ୟ ଭାବେ ଶେଷ ହୋଇଥିଲା। ହେଲେ ଚତୁର୍ଥ କ୍ବାର୍ଟର୍ରେ ଭାରତ ୨ଟି ଗୋଲ୍ ଦେଇ ବିଜୟୀ ହୋଇଥିଲା। ୪୮ତମ ମିନିଟ୍ରେ ସଙ୍ଗୀତା କୁମାରୀଙ୍କ ଗୋଲ୍ ଭ୍ରମଣକାରୀ ଦଳକୁ ଅଗ୍ରଣୀ ଦେଇଥିଲା। ଏହା ପରେ ୫୬ତମ ମିନିଟ୍ରେ ଭାରତକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଯାହାକୁ ସୁଷମା କୁମାରୀ ଗୋଲ୍ରେ ପରିଣତ କରି ଭାରତକୁ ବିଜୟ ଭେଟି ଦେଇଥିଲେ। ଏହି ଗସ୍ତରେ ମୋଟ ୬ ମ୍ୟାଚ୍ ଖେଳିବାକୁ ଥିବା ବେଳେ ଭାରତ ଏ ପର୍ଯ୍ୟନ୍ତ ୫ ଖେଳି ୪-୦ରେ ଆଗୁଆ ରହିଛି। ଶେଷ ମ୍ୟାଚ୍ ସୋମବାର ଖେଳିବ।
ଚିଲିରେ ଭାରତ ଅପରାଜେୟ: ବରିଷ୍ଠ ଦଳକୁ ୨-୦ରେ ହରାଇ
/sambad/media/post_attachments/wp-content/uploads/2021/01/Women-Hocky.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)