ନୂଆଦିଲ୍ଲୀ: ଭାରତକୁ ମିଳିଥିବା ୨୦୨୧ ଆଇସିସି ଚାମ୍ପିଅନ୍ସ ଟ୍ରଫି ଏବଂ ୨୦୨୩ ଆଇସିସି ବିଶ୍ବକପ୍ ପ୍ରତି କୌଣସି ବିପଦ ନାହିଁ। ଭାରତ ସରକାର ଆଇସିସିକୁ ଶୁଳ୍କ ଛାଡ଼ କରୁନଥିବାରୁ ଏହି ଦୁଇ ପ୍ରମୁଖ କ୍ରିକେଟ୍ ପ୍ରତିଯୋଗିତାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ଆଇସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ଡେଭିଡ୍ ରିଚାର୍ଡସନ୍ ଗୁରୁବାର କିନ୍ତୁ ଭାରତର ଆୟୋଜନ ଉପରେ କୌଣସି ବିପଦ ନାହିଁ ବୋଲି ସ୍ପଷ୍ଟ କରି ଦେଇଛନ୍ତି। ୨୦୧୬ ମସିହାରେ ଭାରତ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ ଆୟୋଜନ କରିଥିଲା। ଭାରତ ସରକାର ଶୁଳ୍କ ଛାଡ଼ ଲାଗି ମନା କରିଦେବାରୁ ବିସିସିଆଇଠାରୁ ଆଇସିସି ଏ ବାବଦରେ ୧୬୧ କୋଟି ଟଙ୍କା ଦାବି କରିଥିଲା। ନହେଲେ ୨୦୨୩ ବିଶ୍ବକପ୍ ଆୟୋଜନ ଅଧିକାର ହରାଇବ ବୋଲି ମଧ୍ୟ ଧମକ ଦେଇଥିଲା। କୋକା କୋଲା ସହିତ ଏକ ୫ ବର୍ଷିଆ ସହଭାଗିତା ଘୋଷଣା କରିବା ଅବସରରେ ଗୁରୁବାର ରିଚାର୍ଡସନ୍ କହିଥିଲେ, ‘ବିଶ୍ବ କ୍ରିକେଟ୍ରେ ଶୁଳ୍କ ଛାଡ଼ ପାଇବା ଗୁରୁତ୍ବପୂର୍ଣ୍ଣ, କାରଣ ପ୍ରତିଟି ରାଜସ୍ବ କ୍ରିକେଟ୍ର ବିକାଶରେ ଉପଯୋଗ ହେଉଛି। ୱେଷ୍ଟଇଣ୍ଡିଜ୍ରୁ ବିଶେଷ ରାଜସ୍ବ ମିଳୁନଥିବାରୁ ଏହି ଦେଶକୁ ସହୟତା ଦିଆଯାଉଛି। କିନ୍ତୁ ଶୁଳ୍କ ଛାଡ଼ ନିମିଳିଲେ ଯେ ଆୟୋଜନ ଅଧିକାର ପ୍ରତ୍ୟାହାର କରିନିଆଯିବ ତା ଠିକ୍ ନୁହେଁ। ଆମେ ଆଶାବାଦୀ ଅଛୁ ଶୁଳ୍କ ଛାଡ଼ ମିଳିଯିବ, ଏଥିପାଇଁ ଯଥେଷ୍ଟ ସମୟ ରହିଛି। ଅନ୍ୟପକ୍ଷରେ ୨୦୨୦ ମସିହା ଟ୍ବେଣ୍ଟି-୨୦ ବିଶ୍ବକପ୍ର ଗ୍ରୁପ୍ ପର୍ଯ୍ୟାୟରେ ଭାରତ-ପାକିସ୍ତାନ ମୁହାଁମୁହିଁ ନ ହେବା ସମ୍ପର୍କରେ ରିଚାର୍ଡସନ୍ କହିଥିଲେ, ‘ମାନ୍ୟତା ଦୃଷ୍ଟିରୁ ସେମିଫାଇନାଲ୍ ପୂର୍ବରୁ ଉଭୟଙ୍କ ମୁକାବିଲା ସମ୍ଭାବନା ନାହିଁ। ଉଭୟଙ୍କୁ ଗୋଟିଏ ଗ୍ରୁପ୍ରେ ରଖିବା ଲାଗି କୌଣସି ଯୁକ୍ତି ସଂଗତ କାରଣ ନଥିଲା। ସୂଚନାଯୋଗ୍ୟ, ୨୦୧୧ ମସିହା ପରେ ପ୍ରଥମ ଥର ପାଇଁ କୌଣସି ଆଇସିସି ଇଭେଣ୍ଟ୍ର ଗ୍ରୁପ୍ ପର୍ଯ୍ୟାୟରେ ଭାରତ-ପାକିସ୍ତାନ ମୁକାବିଲା ଦେଖିବାକୁ ମିଳିବ ନାହିଁ। କ୍ରିକେଟ୍ରେ କ୍ରମବର୍ଦ୍ଧିଷ୍ଣୁ ଦୁର୍ନୀତି ମୁଖ୍ୟ ପ୍ରସଙ୍ଗ। ଏଥିପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉଛି। ଜୁଲାଇ ମାସରେ ବିଶ୍ବକପ୍ ଶେଷ ହେବା ମାତ୍ରେ ରିଚାର୍ଡସନଙ୍କ କାର୍ଯ୍ୟକାଳ ଶେଷ ହେଉଛି। ନିଜର କାର୍ଯ୍ୟକାଳ ମଧ୍ୟରେ ଭାରତକୁ ଡିଆର୍ଏସ୍ ପାଇଁ ମନାଇବା ସବୁଠାରୁ ଉଲ୍ଲେଖନୀୟ କୃତିତ୍ବ ବୋଲି କହିଥିଲେ ଏହି ଦକ୍ଷିଣ ଆଫ୍ରିକୀୟ।
ଭାରତେର ୨୦୨୩ ବିଶ୍ବକପ୍ ଆୟୋଜନ ନେଇ ଆଶଙ୍କା ନାହିଁ: ଆଇସିସି
/sambad/media/post_attachments/wp-content/uploads/2019/02/ICC-Cricket-World-Cup-CS-_8.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)