ଅକଲାଣ୍ଡ ଟି୨୦ : ଲକ୍ଷ୍ୟ ୨୦୪, ଭାରତ ୧୪ ଓଭରରେ ୧୪୪/୪

ଅକଲାଣ୍ଡ : ନ୍ୟୁଜିଲାଣ୍ଡର ଅକଲାଣ୍ଡଠାରେ ଥିବା ଇଡେନ ପାର୍କରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଟି-୨୦ ମ୍ୟାଚରେ ନ୍ୟୁଜିଲାଣ୍ଡ ଭାରତ ଆଗରେ ୨୦୪ ରନର ଲକ୍ଷ୍ୟ ଧାର୍ଯ୍ୟ କରିଛି । ଏହାର ଜବାବରେ ଭାରତ ୧୪ ଓଭର ଶେଷ ସୁଦ୍ଧା ୪ ଓ୍ଵିକେଟ ହରାଇ ୧୪୪ ରନ ସଂଗ୍ରହ କରିଛି । ଭାରତୀୟ ଦଳ ପ୍ରାରମ୍ଭରୁ ଅଭିଜ୍ଞ ରୋହିତ ଶର୍ମାଙ୍କୁ ହରାଇଥିଲେ ମଧ୍ୟ ଲେକୋଶ ରାହୁଲ ଓ ଅଧିନାୟକ ବିରାଟ କୋହଲି ସତର୍କତାର ସହ ବ୍ୟାଟିଂ କରି ଦଳର ସ୍ଥିତିକୁ ସୁଦୃଢ କରିଥିଲେ । ରାହୁଲ ୫୬ ଓ କୋହଲି ୪୫ ରନ କରି ଆଉଟ ହୋଇଥିଲେ । ଏବେ ଶ୍ରେୟାସ ଆୟାର ଓ ମନିଷ ପାଣ୍ଡେ ବ୍ୟାଟିଂ କରୁଛନ୍ତି ।
ଏହି ମ୍ୟାଚରେ ଭାରତ ପ୍ରଥମେ ଟସ ଜିଣି ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଦଳ ୫ ଓ୍ଵିକେଟ ହରାଇ ୨୦୩ ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ମାର୍ଟିନ ଗୁପଟିଲ ୩୦ ରନ ଓ କଲିନ ମୁନରୋ ୫୯ ରନ ସଂଗ୍ରହ କରିଥିଲେ । ଅଧିନାୟକ କେନ ଓ୍ଵିଲିୟମସନ ୫୧ ଓ ରସ ଟେଲର ୫୪ ରନ ସଂଗ୍ରହ କରିଥିଲେ । ଭାରତ ପକ୍ଷରୁ ଜସପ୍ରିତ ବୁମରା,ସାର୍ଦୁଲ ଠାକୁର,ଯୁଜବେନ୍ଦ୍ର ଚହଳ, ଶିବମ ଦୁବେ ଓ ରବିନ୍ଦ୍ର ଜାଦେଜା ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର