ଇନ୍ଦୋର ଟେଷ୍ଟ : ମୟଙ୍କ, ଚେତେଶ୍ୱରଙ୍କ ଦୃଢ ବ୍ୟାଟିଂ, ଭାରତ ୭୪/୧

ଇନ୍ଦୋର : ଇନ୍ଦୋରର ହୋଲକର କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଭାରତ ବାଂଲାଦେଶ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ଦଳ ପ୍ରାରମ୍ଭିକ ଝଟକା ସତ୍ତ୍ୱେ ନିଜ ସ୍ଥିତିକୁ ଦୃଢ କରିପାରିଛି । ଭାରତୀୟ ଦଳ ନିଜର ପ୍ରଥମ ଇନିଂସ ଆରମ୍ଭରୁ ଓପନର ତଥା ତାରକା ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କୁ ମାତ୍ର ୬ ରନରେ ହରାଇଥିଲା । ସେ ଅବୁ ଜାୟେଦଙ୍କ ବଲରେ ଲିଟନ ଦାସଙ୍କ ଦ୍ୱାରା କ୍ୟାଚ ଆଉଟ ହୋଇଥିଲେ । ତେବେ ଅନ୍ୟତମ ଓପନର ମୟଙ୍କ ଅଗ୍ରଓ୍ଵାଲ ଓ ଚେତେଶ୍ୱର ପୂଜାରା ସତର୍କତାର ସହ ଖେଳି ଦଳକୁ ବିପଦମୁକ୍ତ କରିବା ସହ ସ୍ଥିତି ଦୃଢ କରିଛନ୍ତି । ସର୍ବଶେଷ ସୂଚନା ଅନୁସାରେ ଭାରତ ଗୋଟିଏ ଓ୍ଵିକେଟ ହରାଇ ୭୪ ରନ ସଂଗ୍ରହ କରିଛି ।

ଏହା ପୂର୍ବରୁ ବାଂଲାଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ତେବେ ଦଳର କୌଣସି ବ୍ୟାଟସମ୍ୟାନ ଭାରତୀୟ ବୋଲରଙ୍କ ସମ୍ମୁଖୀନ ହୋଇପାରିନଥିଲେ । ଦଳ ପକ୍ଷରୁ ମୁସ୍ତାଫିଜୁର ରହିମ ସର୍ବାଧିକ ୪୩ ଓ ମୋମିନୁଲ ହକ ୩୭ ରନ କରିଥିଲେ । ଭାରତ ପକ୍ଷରୁ ମହମ୍ମଦ ସାମୀ ୩ଟି, ଉମେଶ ଯାଦବ, ଇଶାନ୍ତ ଶର୍ମା ଓ ଆର.ଅଶ୍ୱୀନ ୨ଟି ଲେଖାଏଁ ଓ୍ଵିକେଟ ନେଇଥିଲେ । ଗତ ସପ୍ତାହରେ ଅନୁଷ୍ଠିତ ଟି-୨୦ ସିରିଜରେ ଭାରତ ବାଂଲାଦେଶକୁ ୨-୧ ରେ ପରାସ୍ତ କରିଥିଲା ।

ସମ୍ବନ୍ଧିତ ଖବର