ଟି-୨୦ ବିଶ୍ବକପ : ଅଭ୍ୟାସ ମ୍ୟାଚରେ ଭାରତ ଆଗରେ ୧୫୩ରନର ବିଜୟ ଲକ୍ଷ୍ୟ ରଖିଲା ଅଷ୍ଟ୍ରେଲିଆ

ଦୁବାଇ : ଟି-୨୦ ବିଶ୍ବକପ କ୍ରିକେଟରେ ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏକ ଅଭ୍ୟାସ ମ୍ୟାଚ ଖେଳାଯାଉଛି । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ଭାରତ ଆଗରେ ୧୫୩ ରନର ବିଜୟ ଲକ୍ଷ୍ୟ ରଖିଛି ।

ଅଷ୍ଟ୍ରେଲିଆର ଅଧିନାୟକ ଆରନ ଫିଞ୍ଚ୍ ଆଜି ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୨୦ ଓଭରରେ   ଓ୍ବିକେଟ ହରାଇ ୧୫୨ ରନ କରିଥିଲା । ଇନିଂସ ଆରମ୍ଭରୁ ହିଁ ଦଳକୁ ଝଟକା ଲାଗିଥିଲା କାରଣ ଦଳର ପ୍ରଥମ ୩ଜଣ ବ୍ୟାଟ୍ସମ୍ୟାନ ଡେଭିଡ୍ ଓ୍ବାର୍ଣ୍ଣର, ଆରନ ଫିଞ୍ଚ୍ ଓ ମିସେଲ ମାର୍ସ ଶସ୍ତାରେ ଆଉଟ ହୋଇଯାଇଥିଲେ । ମାତ୍ର ମଧ୍ୟଭାଗ ବ୍ୟାଟ୍ସମ୍ୟାନମାନଙ୍କ ଲଢୁଆ ବ୍ୟାଟିଂ  ପାଇଁ ଦଳ ଏକ ସମ୍ମାନଜନକ ସ୍କୋର କରିପାରିଥିଲା । ଷ୍ଟିଭ୍ ସ୍ମିଥ ୫୭ ରନ, ମାର୍କସ ଷ୍ଟଇନିସ ୪୧ ରନ ଓ ଗ୍ଲେନ ମାକ୍ସଓ୍ବେଲ ୩୭ରନ କରିଥିଲେ । ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ବୀନ ୨ଟି ଏବଂ ରବିନ୍ଦ୍ର ଜାଦେଜା ଓ ରାହୁଲ ଚହର ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର