ଇନ୍ଦୋର: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଉ କିଛି ସମୟ ପରେ ୩ୟ ଦିନିକିଆ ଆରମ୍ଭ ହେବ। ମଧ୍ୟପ୍ରଦେଶର ଇନ୍ଦୋରସ୍ଥିତ ହୋଲ୍କର୍ ଷ୍ଟାଡିୟମ୍ରେ ହେବାକୁ ଥିବା ଏହି ମ୍ୟାଚ୍ ପାଇଁ ଟସ୍ ହୋଇସାରିଛି। ଏଥିରେ ଅଷ୍ଟ୍ରେଲିଆ ଟସ୍ ଜିିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି।
ଭାରତ ପୂର୍ବରୁ ଚେନ୍ନାଇ ଓ କୋଲକାତା ଦିନିକିଆ ମ୍ୟାଚ୍ରେ ବିଜୟୀ ହୋଇ ୨-୦ରେ ଅଗ୍ରଣୀ ଅଛି। ଆଜିର ମ୍ୟାଚ୍କୁ ଜିତି ୫ଟି ଦିନିକିଆ ଶୃଙ୍ଖଳାକୁ ନିଜ ହାତ ମୁଠାରେ ରଖିବାକୁ ଚେଷ୍ଟା କରିବ। ଅପରପକ୍ଷେ ଅଷ୍ଟ୍ରେଲିଆ ରଣନୀତି ପରିବର୍ତ୍ତନ କରି ମ୍ୟାଚ୍ ଜିତିବା ପାଇଁ ଚେଷ୍ଟା କରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/09/indian-team_650x400_51505556359.jpg)