ଇନ୍ଦୋର: ଅଷ୍ଟ୍ରେଲିଆର ଓପରନର ଅରୁଣ ଫିଞ୍ଚ ଅନ୍ତର୍ଜାତୀୟ ଦିନିକିଆରେ ୮ମ ଶତକ ହାସଲ କରିଛନ୍ତି। ମଧ୍ୟପ୍ରଦେଶର ଇନ୍ଦୋରସ୍ଥିତ ହୋଲକର ଷ୍ଟାଡିୟମରେ ଖେଳାଯାଉଥିବା ୫ଟି ଦିନିକିଆ ଶୃଙ୍ଖଳାର ୩ୟ ମ୍ୟାଚରେ ଅରୁଣ ୧୧୦ଟି ବଲ ଖେଲି ଏହି ହାସଲ କରିଛନ୍ତି।
ଟସ୍ ଜିଣି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ୭୦ ରନ୍ରେ ପ୍ରଥମ ଓ୍ଵିକେଟ ହରାଇ ଥିଲା। ଭାରତର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଶିକାର ହୋଇଥିଲେ ଅଷ୍ଟ୍ରେଲିଆର ଅନ୍ୟତମ ଓପନର ଡାଭିଡ ଓ୍ଵାର୍ଣ୍ଣର। ସେ ୪୪ଟି ବଲ ଖେଳି ୪୨ ରନ୍ ସଂଗ୍ରହ କରିବା ପରେ ବୋଲ୍ଡ ହୋଇଛନ୍ତି।
ରିପୋର୍ଟ ଲେଖାଯିବାକୁ ଅଷ୍ଟ୍ରେଲିଆ ୩୪.୪ ଓଭରରେ ୧୮୭ରନ୍ ସଂଗହ କରିଛି। ଅରୁଣ ଫିଞ୍ଚ ଓ ଅଧିନାୟକ ଷ୍ଟିଭେନ ସ୍ମିଥ କ୍ରିଜରେ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/09/Arun-finch.jpeg)