ନାଗପୁର: ଶେଷ ତଥା ୫ମ ଦିନିକିଆ ମ୍ୟାଚରେ ୨୪୩ରନ ବିଜୟ ଲକ୍ଷ୍ୟ ନେଇ ୨ୟ ପାଳି ଆରମ୍ଭ କରିଥିବା ଭାରତ କୌଣସି ଓ୍ଵିକେଟ ନ ହରାଇ ୫୦ରନ୍ ସଂଗ୍ରହ କରିଛି। ୧୧.୪ଓଭର ଖେଳ ଶେଷ ବେଳକୁ ଭାରତ ୫୦ରନ୍ ପୂରା କରିଛି। ରିପୋର୍ଟ ଲେଖାଯିବା ବେଳକୁ ୧୪ ଓଭର ସମାପ୍ତ ହେବା ପରେ ଓପନର ରୋହିତ ଶର୍ମା(୩୫) ଓ ଆଜିଙ୍କ୍ୟ ରାହାଣେ(୩୫)ରନ୍ ସଂଗ୍ରହ କରିଛନ୍ତି। ରୋହିତଙ୍କ ବ୍ୟାଟରୁ ୬ଟି ଚୌକା ଓ ରାହାଣେଙ୍କ ବ୍ୟାଟରୁ ୪ଟି ଚୌକା ମିଳିଛି। ଅଷ୍ଟ୍ରେଲିଆର ବୋଲର ପେଟ କୁମିନ, ନାଥାନ କଲଟର ନେଲ, ମାର୍କ ଟୋନିସ, ଜେମ୍ସ ଫାକନର ଓ ଆଦାମ ଜାମ୍ପାଙ୍କ ବୋଲିଂ କୌଣସି ପ୍ରଭାବ ପକାଇ ପାରି ନାହିଁ। ଫଳରେ ରୋହିତ ଓ ରାହାଣେ ନିଜର ପ୍ରଭାବ ଜାରି ରଖିଛନ୍ତି।
ମହାରାଷ୍ଟ୍ରର ନାଗପୁର ବିଦର୍ଭ ଷ୍ଟାଡିୟମରେ ରବିବାର ଟସ୍ ଜିଣି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ ହରାଇ ୨୪୨ରନ୍ ସଂଗ୍ରହ କରିଛି। ଭାରତୀୟ ବୋଲର ଅକ୍ଷର ପଟେଲଙ୍କୁ ୩ଟି ଓ୍ଵିକେଟ ମିଳିଥିବା ବେଳେ ଯଶପ୍ରିତ ବୁମରାଙ୍କୁ ୨ଟି ଓ୍ଵିକେଟ ମିଳିଛି।
ପ୍ରଥମ ପାଳିର ଆରମ୍ଭରୁ ଅଷ୍ଟ୍ରେଲିଆ ଭଲ ପ୍ରଦର୍ଶନ କରିଥିଲା। ଅଷ୍ଟ୍ରେଲିଆ ୬୬ ରନ୍ରେ ଭାରତର ପ୍ରଥମ ଓ୍ଵିକେଟର ଶିକାର ହୋଇ ଅରୁଣ ଫିଞ୍ଚକୁ ହରାଇଥିଲା। ଦଳର ଦ୍ୱିତୀୟ ଓ୍ଵିକେଟ ୧୦୦ରନ୍ରେ ପଡ଼ିଥିଲା। ଅଧିନାୟକ ଷ୍ଟିଭ ସ୍ମିଥ ଆଉଟ ହେବା ପରେ ୧୧୨ ରନ୍ରେ ୩ୟ ଓ୍ଵିକେଟ ଓ ୧୧୮ରନ୍ରେ ୪ର୍ଥ ଓ୍ଵିକେଟ ଭାବରେ ଡାଭିଡ଼ ଓ୍ଵାର୍ଣ୍ଣରକୁ ହରାଇଥିଲା କଙ୍ଗାରୁ ଦେଶ। ମାତ୍ର ୧୮ ରନ୍ ଭିତରେ ୩ଟି ମୁଖ୍ୟ ଓ୍ଵିକେଟକୁ ହରାଇଥିଲା ଅଷ୍ଟ୍ରେଲିଆ।
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦ୍ୱାରା ଅଷ୍ଟମ ଓ୍ଵିକେଟରେ ଜେମ୍ସ ଫାକନର (୧୨) ରନ୍ ଆଉଟ ଓ ନବମ ଓ୍ଵିକେଟ ନାଥାନ କଲଟଣ ନେଲ କୌଣସି ରନ୍ ନ କରି ଭୁବନେଶ୍ୱର କୁମାରଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ଅଷ୍ଟ୍ରେଲିଆର ସପ୍ତମ ଓ୍ଵିକେଟ ଭାବରେ ମ୍ୟାଥୁ ଓ୍ଵାଡେ(୧୮) ଆଉଟ ହୋଇ ପାଭଲିୟନ ଫେରିଥିଲେ। ସେ ଯଶପ୍ରିତ ବୁମରାଙ୍କ ବଲ ଆଜିଙ୍କ୍ୟ ରାହାଣେଙ୍କୁ କ୍ୟାଚ ଦେଇଥିଲେ। ଭାରତର ଷଷ୍ଠ ଓ୍ଵିକେଟର ଶିକାର ହୋଇଥିଲେ ମାକ୍ର୍ସ ଟୋନିସ(୪୬)। ସେ ଯଶପ୍ରିତ ବୁମରାଙ୍କ ବଲରେ ଏଲବିଡବ୍ଲୁ ହୋଇଥିଲେ। ସେହିପରି ୫ମ ଓ୍ଵିକେଟ ଭାବରେ ଅଷ୍ଟ୍ରେଲିଆ ତ୍ରଭିସ ହେଡ(୪୨)କୁ ହରାଇଥିଲା। ୬୩ଟି ବଲ ଖେଳିଥିବା ହେଡ଼ ଅକ୍ଷର ପଟେଲଙ୍କ ବଲରେ ବୋଲ୍ଡ ହୋଇଥିଲେ।
ପୂର୍ବରୁ ଭାରତର ୪ର୍ଥ ଶିକାର ହୋଇଥିଲେ ଅଷ୍ଟ୍ରେଲିଆର ପିଟର ହ୍ୟାଣ୍ଡସ୍କମ(୧୩)। ସେ ଅକ୍ଷର ପଟେଲଙ୍କ ବଲକୁ ଆଜିଙ୍କ୍ୟ ରାହାଣେଙ୍କୁ କ୍ୟାଚ ଦେଇ ପାଭଲିୟନକୁ ଫେରିଥିଲେ। ଓପନର ଡାଭିଡ଼ ଓ୍ଵାର୍ଣ୍ଣର(୫୩) ରନ୍ ସଂଗ୍ରହ କରିବା ପରେ ଅକ୍ଷରଙ୍କ ବଲରେ ମନୀଷ ପାଣ୍ଡେଙ୍କୁ କ୍ୟାଚ ଦେଇ ଆଉଟ ହୋଇଥିଲେ। ସେହିପରି ଅଷ୍ଟ୍ରେଲିଆ ପ୍ରଥମ ଓ୍ଵିକେଟ ଭାବରେ ଅରୁଣ ଫିଞ୍ଚ(୩୨)କୁ ହରାଇଥିଲା। ଫିଞ୍ଚ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲ ଯଶପ୍ରିତ ବୁମରାକୁ ଦେଇଥିଲେ। ଅଧିନୟକ ଷ୍ଟିଭ ସ୍ମିଥ(୧୬) କେଦାର ଜାଧବଙ୍କ ଦ୍ୱାରା ଏଲବିଡବ୍ଲୁ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/rohit-rahane.jpg)