ଟିମ୍‌ ଇଣ୍ଡିଆକୁ ୩ୟ ଝଟକା, ରୋହିତଙ୍କ ପରେ କୋହଲି ଆଉଟ

ଭାରତ-ଅଷ୍ଟ୍ରେଲିଆ ୪ର୍ଥ ଦିନିକିଆ

ବେଙ୍ଗାଲୁରୁ: ବିଜୟ ପାଇଁ ୩୩୫ ରନ୍‌ ଲକ୍ଷ୍ୟ ନେଇ ଦ୍ୱିତୀୟ ପାଳିରେ ବ୍ୟାଟିଂ କରିଥିବା ଭାରତର ୩ୟ ଓ୍ଵିକେଟର ପତନ ଘଟିଛି। ଓପନର ଆଜିଙ୍କ୍ୟ ରାହାଣେ ଓ ରୋହିତ ଶର୍ମାଙ୍କ ପରେ ଅଧିନାୟକ ବିରାଟ କୋହଲି ଆଉଟ ହୋଇ ପାଭଲିୟନକୁ ଫେରିଛନ୍ତି। କ୍ୟାରିୟର ୮୪ ତମ ମ୍ୟାଚରେ ୨୨ତମ ଅର୍ଦ୍ଧଶତକ ହାସଲ ପରେ ରାହାଣେ ୬୬ଟି ବଲ ଖେଲି ୫୩ ରନ୍‌ ସଂଗ୍ରହ କରିବା ପରେ କେନ ରିଚାର୍ଡସନଙ୍କ ବଲ ଅରୁଣ ଫିଞ୍ଚକୁ ଦେଇଥିଲେ। ସେହିପରି ରୋହିତ ଶର୍ମା(୬୫), ପିଟର ହ୍ୟାଣ୍ଡସ୍କମଙ୍କ ଦ୍ୱରା ରନ ଆଉଟ ହୋଇ ପାଭଲିୟନ ଫେରିଥିଲେ। ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି୨୧ଟି ବଲ ଖେଳି ୨୧ ରନ୍‌ ସଂଗ୍ରହ କରିବା ପରେ କଲଟର ନାଇଲଙ୍କ ଦ୍ୱାରା ବୋଲର୍ଡ ହୋଇଥିଲେ।

ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଚାଲିଥିବା ଦିବା-ରାତ୍ର ମ୍ୟାଚରେ ଟସ୍‌ ଜିଣି ଅଷ୍ଟ୍ରେଲିଆ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା। ୫ଟି ଦିନିକିଆ ଶୃଙ୍ଖଳାର ୪ର୍ଥ ଦିବା-ରାତ୍ର ମ୍ୟାଚରେ ଭାରତ ୨୭ଓଭରରେ ୧୫୮ରନ୍‌ ସଂଗ୍ରହ କରି ୩ଟି ଓ୍ଵିକେଟ ହରାଇଛି।

ପୂର୍ବରୁ ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ଡାଭିଡ଼ ଓ୍ଵାର୍ଣ୍ଣର (୧୨୪) ଓ ଅରୁଣ ଫିଞ୍ଚ (୯୪)ଙ୍କ ଦମଦାର ପ୍ରଦର୍ଶନ(୨୩୧ରନ୍‌) ବଳରେ ୫୦ ଓଭରରେ ୫ଟି ଓ୍ଵିକେଟ ହରାଇ ୩୩୪ରନ୍‌ ସଂଗ୍ରହ କରିଥିଲା। ଫଳରେ ଭାରତକୁ ୩୩୫ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି। ଭାରତ ପକ୍ଷରୁ ଉମେଶ ଯାଦବଙ୍କୁ ଏହି ମ୍ୟାଚରେ ୪ଟି ଓ୍ଵିକେଟ ମିଳିଥିଲା। ଓ୍ଵାର୍ଣ୍ଣର ୧୪ତମ ଶତକକୁ ୧୦୩ଟି ବଲରେ ପୂରଣ କରିଥିଲେ। ସେ ୧୧୯ଟି ବଲ ଖେଳି ୧୨୪ରନ(୪X୧୦ ଓ ୬X୩) ସଂଗ୍ରହ କରି କେଦାର ଜାଧବଙ୍କ ବଲ ଅକ୍ଷର ପଟେଲଙ୍କୁ ଦେଇ ଆଉଟ ହୋଇଥିଲେ। ଫିଞ୍ଚ ୯୬ଟି ବଲ ଖେଳି ରନ୍‌ ୯୪ (୪X୧୨ ଓ ୬X୪) ସଂଗ୍ରହ କରଥିଲେ। ଉମେଶ ଯାଦବଙ୍କ ବଲ ଖେଳିବାକୁ ଯାଇ ଅଧିନାୟକ ଷ୍ଟିଭେନ ସ୍ମିଥ, ବିରାଟ କୋହଲିଙ୍କୁ କ୍ୟାଚ ଦେଇଥିଲେ।

ତ୍ରାବିସ ହେଡ୍‌(୨୯) ଉମେଶ ଯାଦବଙ୍କ ବଲ ଖେଳିବାକୁ ଯାଇ ଆଜିଙ୍କ୍ୟ ରାହାଣେଙ୍କୁ କ୍ୟାଚ ଦେଇଥିବା ବେଳେ, ପ୍ୟାଟର ହ୍ୟାଣ୍ଡସ୍କମ(୪୩) ଉମେଶ ଯାଦବଙ୍କ ଦ୍ୱାରା ବୋଲର୍ଡ ହୋଇଥିଲେ। ମାକର୍ସ ଷ୍ଟୋନିସ (୧୫) ଓ ମ୍ୟାଥୁ ଓ୍ଵାଡେ(୩) ଅପରାଜିତ ଫେରିଥିଲେ। ଭାରତ ପକ୍ଷରୁ ଉମେଶ ଯାଦବଙ୍କୁ ୪ଟି ଓ୍ଵିକେଟ ମିଳିଥିବା ବେଳେ କେଦାର ଯାଧବଙ୍କୁ ଗୋଟିଏ ଓ୍ଵିକେଟ ମିଳିଥିଲା।

ସମ୍ବନ୍ଧିତ ଖବର