ରାଂଚି: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ଶୃଙ୍ଖଳା ମାର୍ଚ୍ଚ ୨ରୁ ଆରମ୍ଭ ହେବ। ଏହି ଶୃଙ୍ଖଳାର ୩ୟ ମ୍ୟାଚ ମାର୍ଚ୍ଚ ୮ରେ ଝାଡ଼ଖଣ୍ଡର ରାଜଧାନୀ ରାଂଚି ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ପାଇଁ କ୍ରିକେଟ ପ୍ରେମୀଙ୍କ ମନରେ ଉତ୍ସାହ ରହିଛି। ଝାଡ଼ଖଣ୍ଡ ଷ୍ଟେଟ୍‌ କ୍ରିକେଟ ଆସୋସିଏସନ୍‌ (ଜେଏସ୍‌ସିଏ) ଦ୍ୱାରା ମ୍ୟାଚର ଟିକେଟ ବାବାଦରେ ନିଆଯାଇଥିବା ନିଷ୍ପତ୍ତି ପ୍ରତି ଅନେକ କ୍ରିକେଟପ୍ରେମୀ ଖୁସି ଅଛନ୍ତି।

Advertisment

publive-image

ରାଂଚି ଦିନିକିଆକୁ ନେଇ କ୍ରିକେଟ୍‌ପ୍ରେମୀ ରାଂଚି ଏବଂ ଅନ୍ୟସ୍ଥାନରେ ଉତ୍ସାହିତ ଅଛନ୍ତି। କାରଣ ସେମାନେ ଷ୍ଟାଡିୟମ୍‌ କାଉଣ୍ଟରରୁ ଟିକେଟ ପାଇପାରିବେ। ଅପରପକ୍ଷେ କିଛି କ୍ରିକେଟ ପ୍ରଶଂସକଙ୍କୁ ଟିକେଟ ପାଇବା ସହଜ ହେବ ନାହିଁ। କାରଣ ଟିକେଟ କିିଣିବାକୁ ହେଲେ କାଉଣ୍ଟର ଲାଇନ୍‌ରେ ଛିଡ଼ା ହେବାକୁ ପଡିବ।

ପରିଚାଳନା କ୍ଲବର କହିବା ଅନୁସାରେ ଝାଡ଼ଖଣ୍ଡର ଲୋକଙ୍କୁ ଅଧିକରୁ ଅଧିକ ଟିକେଟ ମିଳୁ। ଏଥି ପାଇଁ ଏଭଳି ବ୍ୟବସ୍ଥା କରାଯାଉଛି। ଅନ୍‌ଲାଇନ୍‌ ଟିକେଟ ବ୍ୟବସ୍ଥା କରାଯିବାରୁ ବାହାର ରାଜ୍ୟର ଲୋକେ ଅଧିକ ଟିକେଟ ନେଇ ଯାଉଛନ୍ତି। ଫଳରେ ରାଜ୍ୟର ଲୋକଙ୍କୁ ଟିକେଟ ମିଳିବାରେ ଅସୁବିଧା ହେଉଛି। କାଉଣ୍ଟର ଟିକେଟରେ ଯେପରି କଳାବଜାରୀ ନହୁଏ, ସେଥିପ୍ରତି ଦୃଷ୍ଟି ଦିଆଯାଇଛି। ଏହି ଷ୍ଟାଡିୟମରେ ପାଖାପାଖି ୪୦,୦୦୦ ଦର୍ଶକ ବସିବାର ବ୍ୟବସ୍ଥା ରହିଛି।

ଖେଳିବେ ଧୋନି

publive-image

ମାର୍ଚ୍ଚ ୮ରେ ରାଂଚି ଷ୍ଟାଡିୟମରେ ଖେଳାଯିବାକୁ ଥିବା ଦିନ-ରାତି ମ୍ୟାଚ ଟିମ୍‌ ଇଣ୍ଡିଆ ଏବଂ ଝାଡ଼ଖଣ୍ଡର ଲୋକଙ୍କ ପାଇଁ ସ୍ୱତନ୍ତ୍ର ହେବ। କାରଣ ବିଶ୍ୱକପ୍‌-୨୦୧୯ ପୂର୍ବରୁ ଏଠାରେ ମ୍ୟାଚ ଖେଳାଯାଉଛି। କ୍ରିକେଟପ୍ରେମୀଙ୍କ ଆକଳନ ଅନୁସାରେ ବିଶ୍ୱକପ୍‌ ପରେ ମହେନ୍ଦ୍ର ସିଂହ ଧୋନି ଅବସର ନେଇ ପାରନ୍ତି ଏବଂ ଏହା ଯଦି ସତ ହୁଏ ତା’ ହେଲେ ଧୋନିଙ୍କୁ ଏହି ଷ୍ଟାଡିୟମରେ ଖେଳିବା ଅବସ୍ଥାରେ ଦେଖାଯିବା ସମ୍ଭାବନା କମ୍‌ ରହୁଛି।

ଜେଏସସିଏ ପରିଚାଳନା କହିବା ଅନୁସାରେ ଦର୍ଶକ ଲାଇନ୍‌ରେ ଛିଡ଼ା ହୋଇ କେବଳ କାଉଣ୍ଟରରୁ ଟିକେଟ ନେଇପାରିବେ। ଏଥି ପାଇଁ ଅନ୍‌ଲାଇନ୍‌ ଟିକେଟ ଉପଲବ୍ଧ ହେବ ନାହିଁ। ଏହା କେବଳ କାଉଣ୍ଟରରେ ହିଁ ଉପଲବ୍ଧ ହେବ। କିଛି କ୍ରିକେଟପ୍ରେମୀ ଜେଏସସିଏ ନିଷ୍ପତ୍ତି ନେଇ ବିମୁଖ ହୋଇପଡ଼ିଛନ୍ତି। କାରଣ ସେମାନେ ଏବେ ଘରେ ବସି ଟିକେଟ କିଣି ପାରିବେ ନାହିଁ।