ବେଙ୍ଗାଲୁରୁ: ଟିମ୍‌ ଇଣ୍ଡିଆ ବୁଧବାର ଅଷ୍ଟ୍ରେଲିଆକୁ ୧୯୧ ରନ୍‌ ଟାର୍ଗେଟ ଦେଇଛି। ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ଅପରାଜିତ ଅର୍ଦ୍ଧଶତକ (୭୨ ରନ୍‌, ୩୮ ବଲ୍‌, ୨ ଚୌକା ଓ ୬ ଛକା) ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ଵିକେଟ ହରାଇ ୧୯୦ ରନ୍‌ କରିଛି। ବେଙ୍ଗାଲୁରୁସ୍ଥିତ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ କରିଥିଲା। ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ୪୦ ରନ୍‌ ଓ ଦିନେଶ କାର୍ତ୍ତିକଙ୍କ ଅପରାଜିତ ୮ ରନ୍‌ କରିଛନ୍ତି।

Advertisment

publive-image

ଅଷ୍ଟ୍ରେଲିଆ ବିରୋଧରେ ଭାରତ ବୁଧବାର ୨ୟ ଟି-୨୦ରେ ଆରମ୍ଭରୁ ଧୀମା ଗତିରେ ଖେଳିଥିଲେ ହେଁ ପରବର୍ତ୍ତୀ ସମୟରେ ଗତି ବଢ଼ାଇଥିଲା। ଲୋକେଶ ରାହୁଲ ବିସ୍ଫୋରକ ବ୍ୟାଟିଂ କରି ୨୬ ବଲରୁ ୪୭ ରନ୍‌ (୩ ଚୌକା ଓ ୪ ଛକା) ସଂଗ୍ରହ କରିଥିଲେ। ଅଷ୍ଟ୍ରେଲିଆର ପ୍ରଥମ ଶିକାର ହୋଇଛନ୍ତି ରାହୁଲ। କଲଟର ନାଇଲଙ୍କ ବଲ ଲମ୍ବା ସର୍ଟ ଖେଳି ଜୟ ରିଚାର୍ଡସନଙ୍କୁ ବଲ ଦେଇ ରାହୁଲ ପାଭଲିଅନ୍‌ ଫେରିଛନ୍ତି। ସ୍କୋର ୭୦ ରନ୍‌ରେ ଟିମ୍‌ ଇଣ୍ଡିଆର ଅନ୍ୟତମ ଓପନର ଶିଖର ଧାଓ୍ଵନ ୨୪ଟି ବଲ ଖେଳି ୧୪ ରନ ଓ ଋଷଭ ପନ୍ତ ମାତ୍ର ଗୋଟିଏ ରନ୍‌ ସଂଗ୍ରହ କରି ଫେରିଛନ୍ତି।

ଦୁଇଟି ମ୍ୟାଚ ବିଶିଷ୍ଟ ଶୃଙ୍ଖଳାରେ ଅଷ୍ଟ୍ରେଲିଆ ୧-୦ରେ ଅଗ୍ରଣୀ ଥିବା ବେଳେ, ପରାଜୟରୁ ବଂଚିତ ହେବା ପାଇଁ ଭାରତୀୟ ଟିମ ରଣନୀତି ପ୍ରସ୍ତୁତ କରିଛି। ଟସ୍‌ ଜିଣି ଅଷ୍ଟ୍ରେଲିଆ ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ଭାରତ ବ୍ୟାଟିଂ କରୁଛି।