ଦ୍ୱିତୀୟ ଟି-୨୦: ରାହୁଲ-ଧାଓ୍ଵନ ଆଉଟ୍‌, ଭାରତର ସ୍କୋର ୭୪/୩

ବେଙ୍ଗାଲୁରୁ: ଅଷ୍ଟ୍ରେଲିଆ ବିରୋଧରେ ଭାରତ ବୁଧବାର ୨ୟ ଟି-୨୦ରେ ଆରମ୍ଭରୁ ଧୀମା ଗତିରେ ଖେଳିଥିଲେ ହେଁ ପରବର୍ତ୍ତୀ ସମୟରେ ଗତି ବଢ଼ାଇଛି। ଲୋକେଶ ରାହୁଲ ବିସ୍ଫୋରକ ବ୍ୟାଟିଂ କରି ୨୬ ବଲରୁ ୪୭ ରନ୍‌ ସଂଗ୍ରହ କରିଛନ୍ତି। ଏଥିରେ ୩ଟି ଚୌକା ଏବଂ ୪ଟି ଛକା ସାମିଲ ଅଛି। ଅଷ୍ଟ୍ରେଲିଆର ପ୍ରଥମ ଶିକାର ହୋଇଛନ୍ତି ରାହୁଲ। କଲଟର ନାଇଲଙ୍କ ବଲ ଲମ୍ବା ସର୍ଟ ଖେଳି ଜୟ ରିଚାର୍ଡସନଙ୍କୁ ବଲ ଦେଇ ରାହୁଲ ପାଭଲିଅନ୍‌ ଫେରିଛନ୍ତି।

ସ୍କୋର ୭୦ ରନ୍‌ରେ ଟିମ୍‌ ଇଣ୍ଡିଆର ଅନ୍ୟତମ ଓପନର ଶିଖର ଧାଓ୍ଵନ ୨୪ଟି ବଲ ଖେଳି ୧୪ ରନ ଓ ଋଷଭ ପନ୍ତ ମାତ୍ର ଗୋଟିଏ ରନ୍‌ ସଂଗ୍ରହ କରି ଫେରିଛନ୍ତି। ବେଙ୍ଗାଲୁରୁସ୍ଥିତ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ରିପୋର୍ଟ ଲେଖାଯିବା ବେଳକୁ ଭାରତର ସ୍କୋର ୧୧ ଓଭର ପରିସମାପ୍ତି ପରେ ୭୪ରନ୍‌ ହୋଇଛି। ମହେନ୍ଦ୍ର ସିଂହ ଧୋନି ଓ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ବ୍ୟାଟିଂ ଜାରି ରଖିଛନ୍ତି।

ଦୁଇଟି ମ୍ୟାଚ ବିଶିଷ୍ଟ ଶୃଙ୍ଖଳାରେ ଅଷ୍ଟ୍ରେଲିଆ ୧-୦ରେ ଅଗ୍ରଣୀ ଥିବା ବେଳେ, ପରାଜୟରୁ ବଂଚିତ ହେବା ପାଇଁ ଭାରତୀୟ ଟିମ ରଣନୀତି ପ୍ରସ୍ତୁତ କରିଛି। ଟସ୍‌ ଜିଣି ଅଷ୍ଟ୍ରେଲିଆ ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ଭାରତ ବ୍ୟାଟିଂ କରୁଛି।

ସମ୍ବନ୍ଧିତ ଖବର