ଦେଓଧର ଟ୍ରଫି ଜିତିଲା ଇଣ୍ଡିଆ ‘ବି’

ରାଞ୍ଚି: ପାର୍ଥିବ ପଟେଲଙ୍କ ନେତୃତ୍ବରେ ‘ଇଣ୍ଡିଆ-ବି’ ଚଳିତ ବର୍ଷର ଦେଓଧର ଟ୍ରଫି ବିଜେତା ହେବାର ଗୌରବ ପାଇଛି। ସୋମବାର ଫାଇନାଲ୍‌ରେ ଏହି ଦଳ ୫୧ ରନ୍‌ରେ ଯୁବ ତାରକା ଶୁବମନ ଗିଲ୍‌ଙ୍କ ନେତୃତ୍ବରେ ଖେଳୁଥିବା ‘ଇଣ୍ଡିଆ-ସି’କୁ ପରାସ୍ତ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ‘ବି’ ଦଳ ୭ ୱିକେଟ୍‌ ବିନିମୟରେ ୨୮୩ ରନ୍‌ କରିଥିଲା। କେଦାର ଯାଦବ (୮୬) ଓ ଯଶସ୍ବୀ ଜୟସ୍ବାଲ (୫୪) ଅର୍ଧଶତକ ଅର୍ଜନ କରିଥିଲା ବେଳେ ବିଜୟ ଶଙ୍କର (୪୫ ରନ୍‌, ୩୩ ବଲ୍‌, ୪ ଚୌକା, ୨ ଛକା) ଏବଂ କୃଷ୍ଣପା ଗୌତମ (୩୫* ରନ୍‌, ୧୦ ବଲ୍‌, ୩ ଛକା, ୩ ଚୌକା)ଙ୍କ ବିସ୍ଫୋରକ ପାଳି ବଳରେ ‘ବି’ ଦଳ ବଡ଼ ‌ସ୍କୋର କରିବାକୁ ସକ୍ଷମ ହୋଇଥିଲା। ଈଶାନ ପୋରେଲ ୧୦-୦-୪୩-୫ ବୋଲିଂ ସଫଳତା ପାଇଥିଲେ। ଜବାବରେ ‘ସି’ ଦଳ ୯ ୱିକେଟ୍‌ ହରାଇ ୨୩୨ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ପ୍ରିୟମ ଗର୍ଗ ୭୪, ଅକ୍ଷର ପଟେଲ ୩୮ ଓ ଜଲଜ ସକ୍ସେନା ୩୭* ରନ୍‌ କରିଥିଲେ ମଧ୍ୟ ନିଜ ଦଳକୁ ବିଜୟୀ କରିବାରେ ବିଫଳ ହୋଇଥିଲେ। ‘ବି’ ପକ୍ଷରୁ ସାହବାଜ ନଦୀମ ୧୦-୧-୩୨-୪ ବୋଲିଂ ସଫଳତା ପାଇଥିଲେ।

ସମ୍ବନ୍ଧିତ ଖବର