ଭାରତ-ବି ବିଜେତା

୧୯ ବର୍ଷରୁ କମ୍‌ ଚତୁଷ୍କୋଣୀୟ ଶୃଙ୍ଖଳା

ତିରୁବନ୍ତପୁରମ୍‌: କେରଳରେ ଆୟୋଜିତ ଚତୁଃକୋଣୀୟ ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ଶୃଙ୍ଖଳାରେ ଅପରାଜେୟ ଭାରତ-ବି ଦଳ ବିଜେତା ଆଖ୍ୟା ହାସଲ କରିଛି। ଫାଇନାଲ୍‌ରେ ଏହି ଦଳ ୭୨ ରନ୍‌ରେ ଭାରତ-ଏ ଦଳକୁ ପରାସ୍ତ କରିଦେଇଥିଲା। ଅଧିନାୟକ ରାହୁଲ୍‌ ଚନ୍ଦ୍ରୋଲ (୭୦) ଓ ସମୀର ରିଜ୍‌ଭୀ (୬୭)ଙ୍କ ଅର୍ଧଶତକ ବଳରେ ଭାରତ-ବି ୫୦ ଓଭରରେ ୯ ୱିକେଟ୍‌ ହରାଇ କରିଥିଲା ୨୩୨ ରନ୍‌। ଜବାବରେ ଏସ୍‌ଏସ୍‌ ମିଶ୍ରଙ୍କ ୪ ଓ କରଣ ଲାଲଙ୍କ ୩ ୱିକେଟ୍‌ ଦଖଲ ଯୋଗୁଁ ଭାରତ-ଏ ଦଳ ୩୮.୩ ଓଭର‌ରେ ୧୬୦ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା। ରାହୁଲ୍‌ ଚନ୍ଦ୍ରୋଲ ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ଅନ୍ୟପକ୍ଷରେ ଥୁମ୍ବାରେ ତୃତୀୟ ସ୍ଥାନ ପାଇଁ ଖେଳାଯାଇଥିବା ମ୍ୟାଚ୍‌ରେ ଆଫ୍‌ଗାନିସ୍ତାନକୁ ୫୫ ରନ୍‌ରେ ଦକ୍ଷିଣ ଆଫ୍ରିକା ପରାସ୍ତ କରିଦେଇଥିଲା। ଦକ୍ଷିଣ ଆଫ୍ରିକା ୨୩୧/୮ କରିବା ପରେ ଆଫ୍‌ଗରନିସ୍ତାନକୁ ୧୭୬ ରନ୍‌ରେ ଆଉଟ୍‌ କରି ଦେଇଥିଲା। ୭୩ ରନ୍‌ କରିଥିବା ବିଜୟୀ ଦଳର ମାଥ୍ୟୁ ମଣ୍ଟ୍‌ଗୋମେରି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥି‌ଲେ।

ସମ୍ବନ୍ଧିତ ଖବର