୧୯ ବର୍ଷରୁ କମ ବିଶ୍ୱକପ ଫାଇନାଲ : ଭାରତ ୨୫ ଓଭରରେ ୮୦ /୧

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାର ପୋଚେଫଷ୍ଟମ ସହରସ୍ଥିତ ସେଡଗାର ପାର୍କଠାରେ ଆଜି ୧୯ ବର୍ଷରୁ କମ ବିଶ୍ୱକପର ଫାଇନାଲ ଭାରତ-ବାଂଲାଦେଶ ମଧ୍ୟରେ ଖେଳାଯାଉଛି । ଏହି ଗୁରୁତ୍ୱପୂର୍ଣ୍ଣ ଫାଇନାଲ ମ୍ୟାଚରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରୁଛି ଓ ସର୍ବଶେଷ ଖବର ମିଳିବା ପର୍ଯ୍ୟନ୍ତ ୨୫ ଓଭରରେ ୧ ଓ୍ଵିକେଟ ହରାଇ ୮୦ ରନ ସଂଗ୍ରହ କରିଛି ।
ବାଂଲାଦେଶ ଦଳ ଟସ ଜିଣି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ଭାରତ ପକ୍ଷରୁ ଷ୍ଟାର ବ୍ୟାଟ୍ସମ୍ୟାନ ଯଶସ୍ୱୀ ଜୟସ୍ୱାଲ ଓ ଦିବ୍ୟାଂସ ସାକ୍ସେନା ବ୍ୟାଟିଂ ଓପନ କରିଥିଲେ । ତେବେ ସାକ୍ସେନା ମାତ୍ର ୨ ରନ କରି ଅଭିଷେକ ଦାସଙ୍କ ବଲରେ ମହମୁଦ୍ଦିଲ ହାସାନଙ୍କ ହାତରେ ଧରା ପଡ଼ିଥିଲେ । ତେବେ ପ୍ରଥମ ଓ୍ଵିକେଟ ମାତ୍ର ୯ ରନରେ ହରାଇବା ପରେ ଯଶସ୍ୱୀ ଜୟସ୍ୱାଲ ଓ ତିଲକ ବର୍ମା ସତର୍କତାର ସହ ବ୍ୟାଟିଂ ଜାରି ରଖିଛନ୍ତି ।

bcci

ଗ୍ରୁପ-ଏ ରେ ଭାରତ ୬ ପଏଣ୍ଟ ସହ ପ୍ରଥମ ସ୍ଥାନରେ ଥିବାବେଳେ ବାଂଲାଦେଶ ଦଳ ଗ୍ରୁପ-ସିରେ ୫ ପଏଣ୍ଟ ପାଇ ଫାଇନାଲରେ ପ୍ରବେଶ କରିଥିଲା ।

ଗ୍ରୁପ-ଏ ରେ ଭାରତ ୬ ପଏଣ୍ଟ ସହ ପ୍ରଥମ ସ୍ଥାନରେ ଥିବାବେଳେ ବାଂଲାଦେଶ ଦଳ ଗ୍ରୁପ-ସିରେ ୫ ପଏଣ୍ଟ ସହ ଫାଇନାଲରେ ପ୍ରବେଶ କରିଥିଲା । ଭାରତ ସେମିରେ ନିଜର ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ୧୦ ଓ୍ଵିକେଟରେ ପରାସ୍ତ କରିଥିବାବେଳେ ବାଂଲାଦେଶ ସେମିରେ ନ୍ୟୁଜିଲାଣ୍ଡକୁ ୬ ଓ୍ଵିକେଟରେ ପରାସ୍ତ କରିଥିଲା ।

ସମ୍ବନ୍ଧିତ ଖବର