ଭାରତ-ବାଂଲାଦେଶ ପ୍ରଥମ ଏ’ ଟେଷ୍ଟ୍‌ ଅମୀମାଂସିତ

ଢାକା : ଭାରତ ଏ’ ଓ ବାଂଲାଦେଶ ଏ’ ମଧ୍ୟରେ ପ୍ରଥମ ଅଣ‌ଔପଚାରିକ ଟେଷ୍ଟ ଅମୀମାଂସିତ ରହିଛି। ଭାରତ ପ୍ରଥମ ପାଳିରେ ଅଗ୍ରଣୀ ପାଇଥିଲେ ହେଁ ଶେଷ ଦିନ ବାଂଲାଦେଶ ରକ୍ଷଣାତ୍ମକ ଖେଳି ୯ ୱିକେଟ୍‌ ବିନିମୟରେ ୩୪୧ ରନ୍‌ କରିଥିଲା। ୧୭୨/୧ରୁ ଖେଳିଥିବା ଘରୋଇ ଦଳକୁ ଶେ‌ଷ ଦିନରେ ଜାକିର ହାସନ (୧୭୩ ରନ୍‌, ୪୦୨ ବଲ୍‌) ଓ ନଜମୁଲ ହୋସେନ୍‌ ସାଣ୍ଟୋ (୭୭ ରନ୍‌, ୧୮୭ ବଲ୍‌) ପରାଜୟରୁ ରକ୍ଷା କରିଥିଲେ।

ଉଭୟ ଦ୍ବିତୀୟ ୱିକେଟ୍‌ରେ ୫୬ ଓଭର ବ୍ୟାଟିଂ କରି ୧୪୮ ରନ୍‌ ଯୋଡ଼ିଥିଲେ। ତେବେ ଏହି ଯୋଡ଼ି ଭାଙ୍ଗିବା ପରେ ନିୟମିତ ଅନ୍ତରାଳରେ ୱିକେଟ୍‌ ଖସିଥିଲା। ହେଲେ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ବାଂଲାଦେଶ ୧୨ ରନ୍‌ ପଛରେ ଥିଲା ବେଳେ ହାତରେ ମାତ୍ର ୧ ୱିକେଟ୍‌ ବାକି ରହିଥିଲା। ଭାରତ ପାଇଁ ସୌରଭ କୁମାର ୫ ୱିକେଟ୍‌ ସଫଳତା ପାଇଥିଲେ। ବାଂଲାଦେଶ ପ୍ରଥମ ପାଳିରେ ୧୧୨ ରନ୍‌ କରିଥିଲା ବେଳେ ଯଶସ୍ବୀ ଜୟସ୍ବାଲ୍‌ ଓ ଅଭିମନ୍ୟୁ ଇଶ୍ବରନ୍‌ଙ୍କ ଶତକ ବଳରେ ଭାରତ ୪୬୫/୫ରେ ପାଳି ଘୋଷଣା କରିଥିଲା।

ସମ୍ବନ୍ଧିତ ଖବର