ବର୍ଷା ଯୋଗୁଁ ଭାରତ-ବାଂଲାଦେଶ ଅଭ୍ୟାସ ମ୍ୟାଚ ବିଳମ୍ବିତ

କାର୍ଡିଫ : ଆଇସିସି ବିଶ୍ୱକପ ଆରମ୍ଭ ହେବାକୁ ଆଉ ମାତ୍ର ୨ ଦିନ ବାକି ଥିବାବେଳେ ଆଜି ଏକ ଅଭ୍ୟାସ ମ୍ୟାଚରେ ଭାରତ ବାଂଲାଦେଶକୁ ଭୋଟୁଛି । ବାଂଲାଦେଶ ଦଳ ଟସ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ତେବେ କିଛି ଘଣ୍ଟା ପୂର୍ବରୁ ବର୍ଷା ହୋଇଥିବାରୁ ଆଉଟଫିଲଡ ଓଦା ରହିଛି । ସେଥିପାଇଁ ମ୍ୟାଚ ଆରମ୍ଭ ହେବାରେ ବିଳମ୍ବ ହୋଇଛି ।

ମ୍ୟାଚ ପୂର୍ବରୁ ଭାରତୀୟ ଅଧିନାୟକ ବିରାଟ କୋହଲି କହିଥିଲେ ଯେ ତାଙ୍କ ଦଳ ଇଂଲାଣ୍ଡ ପରିବେଶ ସହିତ ଏପର୍ଯ୍ୟନ୍ତ ଖାପଖୁଆଇ ନଥିବାରୁ ପ୍ରଥମ ଅଭ୍ୟାସ ମ୍ୟାଚରେ ପରାଜିତ ହୋଇଥିଲା । ଇଂଲାଣ୍ଡରେ ପହଞ୍ଚିବାର ୨ ଦିନ ମଧ୍ୟରେ ଏକ ଅଭ୍ୟାସ ମ୍ୟାଚ ଖେଳିବା ସେତେଟା ସହଜ ନୁହେଁ । ତେବେ ଦଳ ଏକ ଫର୍ମରେ ରହିଛି ଓ ଆଗକୁ ଦଳ ଭଲ ପ୍ରଦର୍ଶନ କରିବ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ କେଦାର ଯାଦବ ଏପର୍ଯ୍ୟନ୍ତ ଫିଟ୍‌ ହୋଇନଥିବାରୁ ତାଙ୍କ ଖେଳିବା ନେଇ ଅନିଶ୍ଚିତତା ବଜାୟ ରହିଛି ।

ସମ୍ବନ୍ଧିତ ଖବର