ଭାରତ ଏବଂ ବାଂଲାଦେଶ ମଧ୍ୟରେ ଆରମ୍ଭ ହୋଇଥିବା ଦ୍ବିତୀୟ ଟେଷ୍ଟ୍‌କୁ ବାଂଲାଦେଶ ପ୍ରଧାନମନ୍ତ୍ରୀ ସେଖ୍ ହାସିନା, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ କ୍ରିକେଟ୍‌ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଉଦ୍‌ଘାଟନ କରିଥିଲେ। ଉଭୟ ପଡ଼ୋଶୀ ଦେଶ ପ୍ରଥମ ଥର ପାଇଁ ଗୋଲାପି ବଲ୍‌ରେ ଦିବାରାତ୍ର ଟେଷ୍ଟ୍ ଖେଳୁଛନ୍ତି। ମ୍ୟାଚ୍ ଆରମ୍ଭ ପୂର୍ବରୁ ହାସିନା ଏବଂ ମମତା ଅପରାହ୍ନ ୧୨.୫୮ ମିନିଟ୍‌ରେ ଘଣ୍ଟି ବଜାଇଥିଲେ। ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ ସମ୍ପାଦକ ଜୟ ସାହା ମଧ୍ୟ ଉପସ୍ଥିତ ଥିଲେ।

Advertisment

ସାହାଙ୍କ ଶତକ
ଅଭିଜ୍ଞ ୱିକେଟରକ୍ଷକ ଋଦ୍ଧିମାନ ସାହା ନିଜ ଘରୋଇ ପଡିଆରେ ପ୍ରଥମ ଦିବାରାତ୍ର ଟେଷ୍ଟ୍‌ ଖେଳିବାର ଗୌରବକୁ ଏକ ମାଇଲଖୁଣ୍ଟ୍‌ ଜରିଆରେ ସ୍ମରଣୀୟ କରିଛନ୍ତି। ୩୫ ବର୍ଷୀୟ ସାହା ବାଂଲାଦେଶର ପ୍ରଥମ ପାଳିରେ ୨ଟି ଆଉଟ୍ କରିବାରେ ନିଜ ସମ୍ପୃକ୍ତି ରଖିବାରୁ ଟେଷ୍ଟ୍‌ କ୍ରିକେଟ୍‌ ଡିସ୍‌ମିସାଲ୍ (କ୍ୟାଚ୍‌ ଓ ଷ୍ଟମ୍ପିଂ)ରେ ଶତକ ପୂର୍ଣ୍ଣ କରିଥିଲେ। ଉମେଶ ଯାଦବଙ୍କ ବୋଲିଂରେ ୱିକେଟ୍‌ ପଛପଟେ ସଦମାନ ଇସଲାମଙ୍କ କ୍ୟାଚ୍‌ ନେଇ ସାହା ଏହି ମାଇଲଖୁଣ୍ଟ ଛୁଇଁଥିଲେ। ଏ ‌କ୍ଷେତ୍ରରେ ସେ ପଞ୍ଚମ ଭାରତୀୟ ୱିକେଟରକ୍ଷକ ହୋଇଛନ୍ତି। ସାହାଙ୍କ ଡିସମିସାଲ୍‌ ୧୦୧ରେ ପହଞ୍ଚିଛି। ମହେନ୍ଦ୍ର ସିଂହ ଧୋନି, ସୟଦ କିର୍ମାନି, କିରଣ ମୋରେ, ନୟନ ମୋଙ୍ଗିଆ ପୂର୍ବରୁ ଏହି କ୍ଲବ୍‌ରେ ଥିଲେ। ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ସର୍ବାଧିକ ୨୯୪ ଆଉଟ୍‌ ସହିତ ଶୀର୍ଷରେ ରହିଛନ୍ତି।