ନିଦାହାସ ଟ୍ରଫି: ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ, ବାଂଲାଦେଶକୁ ୧୭୭ ରନ୍‌ ବିଜୟ ଲକ୍ଷ୍ୟ ଦେଲା ଭାରତ

କଲମ୍ବୋ: ଅଧିନାୟକ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ବଳରେ ଭାରତ ନିଜର ଶେଷ ଲିଗ୍‌ ମ୍ୟାଚ୍‌ ବାଂଲାଦେଶ ବିପକ୍ଷରେ ପ୍ରଥମ ଇନିଂସରେ ନିର୍ଦ୍ଧାରିତ ୨୦ ଓଭରରେ ୩ଟି ଓ୍ଵକେଟ ହରାଇ ୧୭୬ ରନ୍‌ ସଂଗ୍ରହ କରିଛି। ଫଳରେ ବାଂଲାଦେଶକୁ ୧୭୭ ରନ୍‌ ଟାର୍ଗେଟ ମିଳିଛି। ଓପନର ରୋହିତ ଶର୍ମା(୮୯) ଓ ଶିଖର ଧାଓ୍ଵନ ଆରମ୍ଭରୁ ଭଲ ପ୍ରଦର୍ଶନ କରିଛନ୍ତି। ଭାରତ ପ୍ରଥମ ଓ୍ଵିକେଟ୍‌ରେ ୭୦ ରନ୍‌ ସଂଗ୍ରହ କରିବା ପରେ ଶିଖର ଧାଓ୍ଵନ(୩୫) ରୁବେଲଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ଶ୍ରୀଲଙ୍କାର ଆର୍‌ ପ୍ରେମଦାସା ଷ୍ଟାଡିୟମରେ ତ୍ରିରାଷ୍ଟ୍ରୀୟ ନିଦାହାସ ଟ୍ରଫିର ଟି-୨୦ ମ୍ୟାଚ୍‌ରେ ବାଂଲାଦେଶ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ କରିଥିଲା।

ବାଂଲାଦେଶର ୨ୟ ଶିକାର ହୋଇଥିଲେ ସୁରେଶ ରାଇନା(୪୭)। ସେ ରୁବେଲଙ୍କ ବଲ ସୌମ୍ୟ ସରକାରଙ୍କୁ କ୍ୟାଚ୍‌ ଦେଇ ପାଭଲିଅନ ଫେରିଥିଲେ। ଦିନେଶ କାର୍ତ୍ତିକ ଅପରାଜିତ ୨ ରନ୍‌ ସଂଗ୍ରହ କରିଛନ୍ତି। ଭାରତ ୨ୟ ଓ୍ଵକେଟରେ ୧୭୬ ରନ୍‌ ସଂଗ୍ରହ କରିଥିଲା। ୩ୟ ଓ୍ଵିକେଟ୍‌ରେ ରୋହିତ ଶର୍ମାଙ୍କୁ ହରାଇଥିଲା। ରୋହିତ ଶର୍ମା, ରୁବେଲଙ୍କ ଦ୍ୱାରା ରନ୍‌ ଆଉଟ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର