ନୂଆଦିଲ୍ଲୀ: କ୍ରମାଗତ ଦ୍ବିତୀୟ ବିଜୟ ସହ ଭାରତୀୟ ମହିଳା ଦଳ ଏସିଆ କପ୍ ସେମିଫାଇନାଲରେ ପ୍ରବେଶ କରିଛି। ପାକିସ୍ତାନକୁ ପରାସ୍ତ କରିବା ପରେ ଭାରତ ରବିବାର ୟୁଏଇ ବିପକ୍ଷରେ ୭୮ ରନର ବଡ଼ ବିଜୟ ହାସଲ କରି ଏହି ସଫଳତା ପାଇଛି । ଏହି ମ୍ୟାଚରେ ୟୁଏଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ରିଚା ଘୋଷଙ୍କ ଅର୍ଦ୍ଧଶତକ ଏବଂ ଅଧିନାୟିକା ହରମନପ୍ରୀତ କୌରଙ୍କ ଲଢୁଆ ଇନିଂସ୍ ବଳରେ ୫ ୱିକେଟ୍ ହରାଇ ୨୦୧ ରନର ବିଶାଳ ସ୍କୋର କରିଥିଲା। ଏହି ଲକ୍ଷ୍ୟକୁ ପିଛା କରି ୟୁଏଇ ୭ ୱିକେଟ୍ ହରାଇ ମାତ୍ର ୧୨୩ ରନ୍ କରିପାରିଥିଲା। ଏହି ମ୍ୟାଚରେ ସ୍ମୃତି ମନ୍ଧାନା ମାତ୍ର ୧୩ ରନ୍ କରିପାରିଥିବା ବେଳେ ଶେଫାଲି ବର୍ମା ୩୭ ରନ୍ ର ଯୋଗଦାନ ଦେଇଥିଲେ। ହରମନପ୍ରୀତ ୪୭ ବଲ୍ରୁ ୬୬ ରନ୍ କରିଥିଲେ।
୨୦୨ ରନର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇ ଥିବା ୟୁଏଇ ୩୬ ରନରେ ୩ଟି ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । ତେବେ ଇଶା ରୋହିତ୍ ଓଜା ଓ କବିସା ଏଗୋଡେଜ୍ ଲଢୁଆ ବ୍ୟାଟିଂ କରି ଭାରତୀୟ ବୋଲରଙ୍କ କିଛି ସମୟ ମୁକାବିଲା କରିଥିଲେ । ଇଶା ୩୮ ଓ କବିଶା ୪୦ ରନ କରିଥିଲେ । ତେବେ ଅନ୍ୟ ବ୍ୟାଟରମାନେ ଭଲ ପ୍ରଦର୍ଶନ କରିପାରିନଥିଲେ ଓ ଦଳ ୨୦ ଓଭରରେ ୭ ଓ୍ବିକେଟ ହରାଇ ୧୨୩ ରନ କରିଥିଲା ।