ପୁଣେ : ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଇଂଲଣ୍ଡ ୪ର୍ଥ ଟି-୨୦ରେ ଭାରତ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ମାତ୍ର ୧୩ ରନରେ ଦଳ ୩ଟି ଓ୍ବିକେଟ ହରାଇଛି । ଭାରତକୁ ସମସ୍ୟାରେ ପକାଇଛନ୍ତି ଜଣେ ପାକିସ୍ତାନୀ ବଂଶୋଦ୍ଭବ ଇଂଲିଶ ବୋଲର ।

Advertisment

ପାକିସ୍ତାନୀ ବଂଶୋଦ୍ଭବ ଦ୍ରୁତ ବୋଲର ସାକିବ ମହମ୍ମଦ ସଞ୍ଜୁ ସାମସନ, ତିଲକ ବର୍ମା ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ସେହି ଓଭରରେ ପ୍ୟାଭିଲିୟନ୍ ଫେରାଇ ଦେଇଥିଲେ। ସେ ନିଜ ପ୍ରଥମ ଓଭରରେ ୩ଟି ଯାକ ୱିକେଟ୍ ନେଇଥିଲେ। ସଞ୍ଜୁ ୧ ରନ୍ କରି ଆଉଟ୍ ହୋଇଥିବା ବେଳେ ତିଲକ ଓ ସୂର୍ଯ୍ୟ ଖାତା ଖୋଲି ପାରିନଥିଲେ। ସୂର୍ଯ୍ୟଙ୍କୁ ବ୍ରାଇଡନ୍ କାର୍ସେ ଧରିଥିଲେ। ସର୍ବଶେଷ ସୂଚନା ଅନୁସାରେ ଭାରତ ୮ ଓଭରରେ ୪ ଓ୍ବିକେଟ ହରାଇ ୬୬ ରନ କରିଛି । ଅଭିଷେକ ବର୍ମା ୨୯ ରନ କରି ଆଉଟ ହୋଇଛନ୍ତି । ରିଙ୍କୁ ସିଂ ୨୫ ରନ ଓ ଶିବମ ଦୁବେ ୭ ରନ କରି ଖେଳୁଛନ୍ତି । ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ।