କାନବେରା : କାନବେରାର ମାନୁକା ଓଭାଲ ଷ୍ଟାଡିୟମଠାରେ ଆଜି ଖେଳାଯାଇଥିବା ଭାରତ-ଅଷ୍ଟ୍ରେଲିଆ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଭାରତ ୧୧ ରନରେ ବିଜୟ ହାସଲ କରିଛି ।
୧୬୨ ରନର ପିଛା କରିବାକୁ ଯାଇ ଅଷ୍ଟ୍ରେଲିଆ ୨୦ ଓଭରରେ ୭ ଓ୍ବିକେଟ ହରାଇ ୧୫୦ ରନ କରିପାରିଥିଲା । ଦଳ ପକ୍ଷରୁ ଆର୍ସି ସର୍ଟ ୩୪, ଆରନ ଫିଞ୍ଚ ୩୫ ଓ ମୋଇସେସ ହେନେରିକ୍ସ ୩୦ ରନ କରିଥିଲେ । ତେବେ ଅଷ୍ଟ୍ରେଲିଆର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ବିଶେଷ ଯୋଗଦାନ ଦେଇପାରିନଥିଲେ । ଭାରତ ପକ୍ଷରୁ ଟି. ନଟରାଜନ ଓ ଯୁଜବେନ୍ଦ୍ର ଚହଲ ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।
ଆଜିର ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିଣି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୭ ଉଇକେଟ ହରାଇ ୧୬୧ ରନ୍ ସଂଗ୍ରହ କରିଥିଲା । ଭାରତ ପକ୍ଷରୁ ଓପନର କେ.ଏଲ୍.ରାହୁଲ୍ ସର୍ବାଧିକ ୫୧ (୪୦) ରନ୍ କରିଥିବା ବେଳେ ରବିନ୍ଦ୍ର ଜାଡେଜା ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରି ୨୩ଟି ବଲ୍ ଖେଳି ୪୪ ରନ ସଂଗ୍ରହ କରିଥିଲେ। ଜାଡେଜା ୫ଟି ଚୌକା ଏବଂ ଗୋଟିଏ ଛକା ମାରି ଅପରାଜିତ ରହିଥିଲେ। ଅନ୍ୟ ବ୍ୟାଟସମ୍ୟାନଙ୍କ ମଧ୍ୟରୁ ସଞ୍ଜୁ ସାମସନ୍ ୨୩ ଓ ହାର୍ଦ୍ଦିକ ପାଣ୍ଡ୍ୟା ମାତ୍ର ୧୪ ରନ୍ କରିବାକୁ ସମର୍ଥ ହୋଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/WhatsApp-Image-2020-12-04-at-17.29.43.jpeg)